୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ସଭାରେ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ରାଉତ ସଭାପତିତ୍ୱ କରି ଦୁଇ ବରପୁତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ମଲ୍ଲିକ, ଗଦାଧର ସାହୁ, ପ୍ରମୋଦ ସୁତାର ଓ ସୁମିତ୍ରା ଲେଙ୍କା ସେମାନଙ୍କର ବକ୍ତବ୍ୟ ପ୍ରକାଶ କରିଥିଲେ ।
ସେହିପରି ବାଆଁରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ନେତାଜୀଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ମୁଦୁଲି, ଗୋଲଖ ବିହାରୀ ପାତ୍ର, ଜ୍ୟେସ୍ôନା ସାମନ୍ତ ସିଂହାର, ସିଦ୍ଧାର୍ଥ କୁମାର ସାହୁ ଓ ମିନତୀ ପଡିହାରୀ ପ୍ରମୁଖ ଯୋଗଦାନ କରି ନେତାଜୀଙ୍କ ଦେଶପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଅତିଥିମାନେ ଦୁଇ ମହାନ୍ ବରପୁତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।














