୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲବାଣୀ :- ଆଜିର ସମୟରେ ଫାଇଲେରିଆ ଏକ ମାରାତ୍ମକ ରୋଗ ହୋଇ ସମାଜରେ ମୁଣ୍ଡଟେକି ଥିବା ବେଳେ ସରକାର ଏହାର ନିରାକରଣ ପାଇଁ ଚାରି ବର୍ଷ ହେଲା ନିରନ୍ତର ଚେଷ୍ଟା ଚଳାଇ ଆସୁଛନ୍ତି । ଏହା ମଶାବାହିତ ରୋଗ ଏବଂ ଏହା ମାଲେରିଆ ଠାରୁ ଆହୁରି ମାରାତ୍ମକ ବୋଲି କୁହାଯାଏ । ଏହାକୁ ରୋକିବା ପାଇଁ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ଜରିଆରେ ଜିଲ୍ଲାବ୍ୟାପି ଏକ ମିଶନ ଭାବେ ଏମ୍.ଡି.ଏ. କାର୍ଯ୍ୟକ୍ରମ ୧୦ ଫେବୃଆରୀ ଠାରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ର ଜିଲ୍ଲା ଅଧିକାରି କୁମୁଦ ଚନ୍ଦ୍ର ସାହୁ ଏହାର ସମ୍ପୂର୍ଣ୍ଣ ଦାୟୀତ୍ୱ ନେଇଛନ୍ତି ।

ଏହି ପରପ୍ରେକ୍ଷୀ ରେ ଜିଲ୍ଲାର ସମସ୍ତ ବ୍ଲକରେ ସ୍ୱେଛାସେବି ମାନଙ୍କୁ ଚୟନ କରି ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢି ଙ୍କ ତତ୍ୱାବଧାନରେ ତାଲିମ୍ ଦେବା ସହିତ ଘରକୁ ଘର ବୁଲି ଓ ବିଭିନ୍ନ ସଭାସମିତି ରେ ଉପସ୍ଥିତ ରହି ପ୍ରାଏ ୨୦ ଦିନ ଆଗରୁ ସଚେତନତା ସୃଷ୍ଟି ନିମନ୍ତେ ପ୍ରୟାଶ କରାଯାଉଛି । ସେଥିମଧ୍ୟରୁ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଫୁଲବାଣୀ, ଟିକାବାଲୀ, ଖଜୁରିପଡା ଓ ଫିରିଙ୍ଗିଆ ବ୍ଲକର ଗ୍ରାମାଂଚଳ ସହିତ ଫୁଲବାଣୀ ମୁନିସିପାଲିଟି ରେ ମୋଟ ୨୩ ଜଣ ସ୍ୱେଛାସେବୀ ଙ୍କୁ ନିଯୁକ୍ତି କରି ଏହି ଅଭିଯାନ ରେ ସାମିଲ ହେବା ସହ ପ୍ରତ୍ୟେକ ଗ୍ରାମାଂଚଳରେ ପରିଚାଳିତ ହେଉଥିବା ଅନ୍ୟାନ୍ୟ ପ୍ରକଳ୍ପ ର କର୍ମଚାରୀ ମାନଙ୍କୁ ମଧ୍ୟ ସଚେତନତା ପାଇଁ କାମରେ ନିୟୋଜିତ କରିଛନ୍ତି ।















