23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଗତ ତା.୦୧.୦୪.୨୩ରିଖ ସକାଳ ୯ଘଟିକା ସମୟରେ ରମେଶ ସାହୁଙ୍କର ବୈଦ୍ୟେଶ୍ୱର ବଜାରରେ ଥିବା ଜଳଖିଆ ଦୋକାନରେ ରମେଶ ସାହୁଙ୍କ ଉପସ୍ଥିତିରେ ମୁଦଲା ପ୍ରଫୁଲ କୁମାର ସାହୁ, ଗଣେଶ ପ୍ରଧାନ, ଅଜୁ ସିଂହ, ବିରଞ୍ôଚ ମାନ୍ଧତା ଓ ଅମୀୟ ଓରଫ ଲୁଲୁ ବେହେରା ଏକତ୍ର ଯୋଜନା ବଧ ଭାବରେ ରମେଶ ସାହୁଙ୍କ ଦୋକନି ପାଖକୁ ଯାଇତ ନାନାଦି ଅଶ୍ଳିତ ଭାଷାରେ ଗାଳିଗୁଲଜ କରିବା ସଂଗେ ସଂଗେ ଅମୀୟ ଓରଫ ଲୁଲୁ ବେହେରା ଅଣ୍ଟାରେ ରଖିଥିôବା ଏକ ପିସ୍ତଲ ବାହାର କରି ରମେଶ ସାହୁକୁ ଲକ୍ଷ୍ୟ କରି ଗୁଳି ଫୁଟାଇବା ଦ୍ୱାରା ତାଙ୍କର ପେଟ ଓ ହାତରେ ଗୁଳି ବାଜି କ୍ଷତାକ୍ତ ହୋଇ ତଳେପଡିଗଲେ ଓ ତାଙ୍କ ପରିବାରର ଲୋକ ରମେଶ ସାହୁଙ୍କୁ ବାଙ୍କୀ ମେଡିକାଲ୍ ଓ ପରେ କଟକ ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ଦ୍ୱାରା ଜୀବନ ରକ୍ଷା ପାଇଗଲା ।
ଉପରୋକ୍ତ ଘଟଣାକୁ ନେଇ ରମେଶ ସାହୁଙ୍କ ପରିବାର ଲୋକ ବୈଦ୍ୟେଶ୍ୱର ଥାନାରେ ଲିଖିତ ଏତଲା ଦେଇଥିଲେ ଯାହାର ନମ୍ବର ୩୦/୨୩ ଓ ବୈଦ୍ୟେଶ୍ୱର ପୋଲିସ୍ ତଦନ୍ତ କରି ଉପରୋକ୍ତ ମୁଦୁଲାମାନଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲେ । ଗତ ତା. ୧୩.୦୧.୨୦୨୫ରିଖରେ ଉପରୋକ୍ତ ମୋକଦ୍ଦାମାକୁ ସାକ୍ଷ୍ୟ ପ୍ରମାଣ ଆଧାରରେ ବାଙ୍କୀ ଉପଖଣ୍ଡ ସହକାରୀ ଦୌରାଜଜଜ୍ ସୁଧୀର କୁମାର ମିଶ୍ର ମୋକଦ୍ଦମା ବିଚାର କରି ମୁଦୁଲା ଅମୀୟ ଓରଫ୍ ଲୁଲୁ ବେହେରାଙ୍କୁ ୭ବର୍ଷ ଜେଲ୍ ଦଣ୍ଡ ଓ ୫ହଜାର ଟଙ୍କା ଜୋରିମନା ଦଣ୍ଡର ଘୋଷଣା କରି ମୁଦୁଲାଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଛନ୍ତି । ପ୍ରକାଶ ଥାଉକି ଏହି ମୋକଦ୍ଦମାରେ ଆଗରୁ ପ୍ରଫୁଲ କୁମାର ସାହୁ, ଗଣେଶ ପ୍ରଧାନ, ଅଜୁସିଂହ ଓ ବିରଞ୍ôଚ ମାନ୍ଧତାକୁ ୭ବର୍ଷ ଦଣ୍ଡର ଘୋଷଣା କରିଛନ୍ତି । ଏହି ମୋକଦ୍ଦମାକୁ ସରକାରଙ୍କ ତରଫରୁ ସରକାରୀ ଓକିଲ ରାଜକିଶୋର ମହାପାତ୍ର ପରିଚାଳନା କରିଥିଲେ ।














