No Result
View All Result
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- କିଛି ଦିନର ନିରବତା ପରେ ପୁଣି ଦଶପଲ୍ଲା ଅଞ୍ଚଳରେ ସକ୍ରିୟ ହେଲେଣି ବାଇକ୍ ଚୋର । ଗତ ୭ ଦିନ ମଧ୍ୟରେ ଦଶପଲ୍ଲା ସହରରୁ ୨ଟି ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗତ ୧୩ ତାରିଖ ଦିନ ସ୍ଥାନୀୟ ତ୍ରିନାଥବଜାରଠାରେ ଚାଲିଥିବା ଯୁବ ମହୋତ୍ସବ ‘ମହକ’ ଦେଖିବାକୁ ଆସିଥିବା ଚଡ଼େୟାପଲ୍ଲୀ ପଞ୍ଚାୟତ ବାମ ସ୍କୁଲର ଶିକ୍ଷକ କୃଷ୍ଣ ମହାକୁଡ଼ (ଓଡ଼ି ୨୫ ଜି ୯୪୭୯) ବ ବାଇକ୍ ରଖି ଉତ୍ସବ ଦେଖୁଥିଲେ l
ରାତି ପ୍ରାୟ ସାଢ଼େ ୮ଟା ସମୟରେ ଦେଖିବା ବେଳକୁ ବାଇକ୍ଟି ନଥିଳ ଥିଲା । ବହୁ ଖୋଜାଖୋ ଖାଜାଖୋଜି ପରେ କୌଣସି ସନ୍ଧାନ ନମିଳିବାରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ସେହିଭଳି ଗତକାଲି ଦଶପଲ୍ଲା ପୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଆସିଥିବା ସ୍ଥାନୀୟ ନାହାକପଡ଼ା ଗ୍ରାମର ମର ଅଜୟ କୁମାର ବେହେରା ରାମସେନା କ୍ଲବ୍ ନିକଟସ୍ଥ ଏକ ଗ୍ୟାରେଜ୍ ପାଖରେ ତାଙ୍କ ଓଡ଼ି ୨୫ ଜି ୭୩୫୪ ନମ୍ବର ବିଶିଷ୍ଟ ବାଇକ୍ ରଖି ଖେଳ ଦେଖିବାକୁ ଯାଇଥିଲେ ।
କିଛି ସମୟ ମଧ୍ୟରେ ଫେରିବା ବେଳକୁ ବାଇକ୍ଟି ନଥିଲା। ଖୋଜାଖୋଜି ପରେ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ଅକ୍ଟୋବର ମାସରେ ଦଶପଲ୍ଲା ପୁଲିସ ଏକ ବଡ଼ ବଡ଼ ବାଇକ୍ ଚୋରି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲା । ଯେଉଁଥିରେ ୩୭ଟି ଚୋରା ବାଇକ୍ ଜବତ କରିବା ସହ କିଛି ବାଇକ୍ ଲୁଟେରା କୁଂ ବାନ୍ଧିଥିଲା । କିଛିମାସ ଧରି ଦଶପଲ୍ଲା ଏହି ବାଇକ୍ ଚୋରି ଥମିଥିବା ବେଳେ ଏବେ ପୁଣି ବାଇକ୍ ଚୋର ସକ୍ରିୟ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

No Result
View All Result