No Result
View All Result
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହେଉଛି ଆଦର୍ଶ ମଣିଷ ତିଆରି କାରଖାନା l ଶିଶୁ ବିଦ୍ୟାମନ୍ଦିର ର ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଦେବ ଦେବୀ ତୁଲ୍ୟ l ଏଠାରେ ସାଧାରଣ ଶିକ୍ଷା ସହିତ ବୈଦିକ, ବୈଜ୍ଞାନିକ, ଆଧ୍ୟାତ୍ମିକ, ଓ ଆଧୁନିକ ଶିକ୍ଷା ପ୍ରଦାନ କରାଯାଇଥାଏ l ଏଣୁ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନେ ସବୁଠାରୁ ଭଲ ସଫଳତା ପ୍ରଦାନ କରିଥାନ୍ତି l ଆଉ ମଧ୍ୟ ଏଠାରେ ପ୍ରାଚୀନ ଗଗୁରୁକୁଳ ଶିକ୍ଷା ପଦ୍ଧତି ଉପଲବ୍ଧି ହୋଇଥାଏ ବୋଲି ସୋମବାର ଅଣଖିଆ ଶିଶୁ ବିଦ୍ୟାମନ୍ଦିର 28ତମ ବାର୍ଷିକ ଉଚ୍ଛବ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାନସ ପ୍ରଫେସର ଶରତ କୁମାର ରାଉତରାୟ କହିଛନ୍ତି l
ଶିଶୁଵିଦ୍ୟାମନ୍ଦିର ସଭାପତି ଭବତୋଷ ସାମନ୍ତରାୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅଥିତି ଭାବେ ସମାଜସେବୀ ନିର୍ମଳ କୁମାର ଶତପଥୀ, ମୁଖ୍ୟ ବକ୍ତା ଭାବେ ମାନସ ଶ୍ରୀ ରାଉତରାୟ, ସମାନୀୟ ଅତିଥିତି ଭାବେ ସୁବୋଧ ଚନ୍ଦ୍ର ଦାଶ, ବିଜୟ କୁମାର ପୃଷ୍ଟି ବକ୍ତବ୍ୟ ମାନ ଦେଇଥିଲେ l ଅନୁଷ୍ଠାନ ପକ୍ଷରୁ ଅତିଥି ମାନଂକୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା l ସମ୍ପାଦକ ଅଶୋକ କୁମାର ସିଂହ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ସ୍ୱୟଂ ଶୋଭିତ ସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏଥି ସହିତ ଛାତ୍ର ଛାତ୍ରୀ ମାନେ ନୃତ୍ୟ, ଗୀତ ପରିବେଷଣ କରାଯାଇଥିଲା l

No Result
View All Result