No Result
View All Result
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ଗ୍ରାମ ପଞ୍ଚାୟତ ମାନଙ୍କରେ ଶିଶୁ ସୁରକ୍ଷା କମିଟି ଗଠନ, ପଞ୍ଚାୟତ ଟାସ୍କ ଫୋର୍ସ -କିଶୋରୀ ସଶକ୍ତି କରଣ, ବାଲ୍ୟ ବିବାହ ପ୍ରତିରୋଧ, ତ୍ରୈମାସିକ ବୈଠକ ଆଦି କରାଯିବା ପାଇଁ ବିରିଡି ବ୍ଲକ ମଙ୍ଗୁଲି ପଞ୍ଚାୟତ ପକ୍ଷରୁ ମଙ୍ଗଳ ବାର ଶଙ୍ଖାରିସାହି ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା l
ସରପଞ୍ଚ ନିରଞ୍ଜନ ସେଠୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ମହାରଣା, ଶିକ୍ଷୟତ୍ରୀ ତନ୍ମୟା ପ୍ରିୟଦର୍ଶିନୀ ରାଉତ, ଓ ମମତା ମଲିକଙ୍କ ସହ ଅଙ୍ଗନବାଡି କର୍ମୀ ସୁପର୍ଣ୍ଣl ପଣ୍ଡା, 
ଅନଙ୍ଗ ମଞ୍ଜରୀ ରାଉତରାୟ, ନଳିନୀ ରାଉତରାୟ ଓ ମମତାଜେନା ପ୍ରମୁଖ ଯୋଗଦେଇ ଉପସ୍ଥିତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଂକୁ ଉପରୋକ୍ତ କାର୍ଯ୍ୟ କ୍ରମଗୁଡିକୁ ଠିକ ଭାବରେ ନିଜର ପିଲାମାନଙ୍କୁ ସଚେତନ କରାଇବାକୁ ସରପଞ୍ଚ ସେଠୀ ଓ ଶିକ୍ଷୟତ୍ରୀ ମାନେ ପରାମର୍ଶ ଦେଇଥିଲେ l

No Result
View All Result