No Result
View All Result
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗି ଗ୍ରାମରେ କୁଶୁପଙ୍ଗି ନାଟ୍ୟ ମଞ୍ଚ ଆନୁକୁଲ୍ୟରେ ୨ଦିନିଆ ଯାତ୍ରା ଉତ୍ସବ ଉଦ୍ଯାପିତ ହୋଇଛି । ଏହି ଉତ୍ସବର ପ୍ରଥମ ଦିନରେ ପୌରାଣିକ ଓ ଦ୍ୱିତୀୟ ଦିନରେ ସାମାଜିକ ନାଟକ ପରିବେଷଣ କରାଯାଇଥିଲା । ଉଦ୍ଘାଟନି ଦିବସରେ କୁଶୁପଙ୍ଗି ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ଗୀତିନାଟ୍ୟ କର୍ଣ୍ଣବଧ ପରିବେଷଣ କରାଯାଇଥିଲା ।
ଉଦ୍ଘାଟନ ଉତ୍ସବରେ ବାଙ୍କୀର ପୂର୍ବତନ ନଗରପାଳ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର , ଭବାନୀ ପ୍ରସାଦ ଧଳ ସାମନ୍ତ, ଯୁବଶୀଳ୍ପଦ୍ୟୋଗୀ ପ୍ରବୋଦ କୁମାର ଜେନା, ନାଟ୍ୟ ସଂସଦ ସଂପାଦକ ବିଭୂପ୍ରସାଦ ନାୟକ ଅତିଥି ଭାବରେ ଯୋଗଦେଇଥିଲେ । ରାମଲୀଳା କଳାକାର ଶୁଭମ୍ ଦାସ, ଶ୍ରେଷ୍ଠ ରାବଣ ରମେଶ ଚନ୍ଦ୍ର ସାହୁ, କିଶୋର ଅମୃତ ସୁବୁଦ୍ଧିରାୟ ଓ ବସନ୍ତ ବେଉରାଙ୍କୁ ସମ୍ମାନିତ କରାଯାଇଥିଲା । ନାଟ୍ୟମଞ୍ଚର ଉଦ୍ଯାପନୀ ଉତ୍ସବରେ ବିଜ୍ଞାନ ଶିକ୍ଷକ ମୁରଲୀଧର ମହାରଣା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସାମାଜିକ କର୍ମୀ ଲକ୍ଷ୍ମୀଧର ବେଉରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ।
ନାଟ୍ୟ ମଞ୍ଚ ପ୍ରତିଷ୍ଠାତା ଡକ୍ଟର ସ୍ମୃତିତିରଞ୍ଜନ ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ସୌମ୍ୟରଞ୍ଜନ ବେଉରା ଅଧ୍ୟକ୍ଷତା କରିଥିଲେ । ଶେଷ ଦିନରେ ନାଟ୍ୟମଞ୍ଚର କଳାକାରମାନଙ୍କ ଦ୍ୱାରା ସାମାଜିକ ନାଟକ ‘କେତେ ଦୁଃଖ ଦେବୁ କହ ଦଇବ’ ମଞ୍ଚସ୍ଥ ହୋଇଥିଲା । ଏହି ଉତ୍ସବରେ ଯୋଗଶିକ୍ଷକ ତେଜସ୍ୱନୀ ଲେଙ୍କା, ଯୁବକବି ସମୀର କୁମାର ବେଉରା, ପ୍ରଧ୍ୟାପକ ଡକ୍ଟର ବିଭୂପ୍ରସାଦ ମହାପାତ୍ର, ସାମ୍ବାଦିକ ମନୋଜ ଦଳେଇ, ଅଶୋକ କୁମାର ରଣା, ନାଟ୍ୟ ନିର୍ଦ୍ଦେଶକ ବେଣୁଧର ସ୍ୱାଇଁ, ଚନ୍ଦ୍ରମଣି ଲେଙ୍କାଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

No Result
View All Result