No Result
View All Result
୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲବାଣୀ :- ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁକ୍ରବାର କନ୍ଧମାଳ ଗସ୍ତରେ ଆସିଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ପକ୍ଷରୁ କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ କଲେଜ୍ ଏବଂ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଯେମିତିକି ଛାତ୍ରାବାସରେ ପାନୀୟ ଜଳର ସମସ୍ୟା , କଲେଜ ପରିସର ମଧ୍ୟରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ,
ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ଦାବି ଜଣେଇବା ସହ ଜିଲ୍ଲାରେ ଶିକ୍ଷାର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଯାଇଛି । କନ୍ଧମାଳ ଜିଲ୍ଲା ସଂଯୋଜକ ଅମ୍ଳାନ ପଟ୍ଟନାୟଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାର ଏକ ପ୍ରତିନିଧି ଦଳ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ ।
ଏବଂ ମାନ୍ୟବର ମନ୍ତ୍ରୀ ଆଗ୍ରହ ପ୍ରକାଶ କରିବା ସହ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସ୍ଥାନରେ ଗଂଜାମ ବିଭାଗ ସହ ସଂଯୋଗ ରୁଦ୍ର ପ୍ରସାଦ ସେଠୀ , କନ୍ଧମାଳ ଜିଲ୍ଲା ସହ ସଂଯୋଜକ ଆଶୁତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result