No Result
View All Result
୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଆର,ଉଦୟଗିରି ବ୍ଳକ ଅଧିନସ୍ଥ ସଦର ମହକୁମା ଆର,ଉଦୟଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ କରାଯାଇଥିଲା । ସ୍ଥାନୀୟ ବିଡିଓ ଲରିମନ ଖର୍ସେଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସରପଞ୍ଚ ଜାମେଶ ରାଇକାଙ୍କ ଅଧ୍ୟକ୍ଷତାରେ ଏହି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାସ୍ବେ କମିଶନର ଶ୍ରୀମତୀ ପାର୍ବତୀ ମଜଂରୀ ମହାଲିକ ଯୋଗଦେଇ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜନ ସାଧାରଣଙ୍କ ସାମ୍ବହିକ ବିକାଶ ନିମନ୍ତେ ବିଭାଗ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ସମସ୍ତକୁ ପରାମର୍ଶ ଦେଇଥିଲେ ।
ଆଜିର ସମନ୍ବୟ ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପଶୁ ପାଳନ, ଆଇସିଡିଏସ, ଜିବିକା ମିଶନ ଓ ଉନ୍ୟାନ ବିଭାଗ ଆଦି ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ଯୋଜନା ସମନ୍ଧରେ ଆଲୋଚନା କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଗ୍ରାମ ପଞ୍ଚାୟତ , ବ୍ଳକ, ତହସିଲି, କୃଷି, ଉଦ୍ୟାନ ଓ ଜଙ୍ଗଲ ଆଦି ବିଭାଗ ମାନଙ୍କ ସହ ସମନ୍ବୟ ରକ୍ଷା କରିବା ନିମନ୍ତେ ମାର୍ଗଦର୍ଶକ କରିଥିଲେ ।
ଏହା ବ୍ୟତୀତ ବିଇଓ ବିରେନ୍ଦ୍ର ମଣ୍ଡଳ,ବ୍ରହ୍ମପୁର ଆଡିସି ସମିକ୍ଷକ ଜଗନ୍ନାଥ ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ, ଜିପିଇଓ ଦାମଦର ରେଡି, ବିପିଏମ୍, ଏମଆଇ ଓ ସିଆରସିସି ଅଦି ଅଧିକାରୀ ମାନେ ଏହି ସମନ୍ବୟ ବୈଠକରେ ନିଜ ନିଜ ଯୋଜନା ଗୁଡିକ ସମନ୍ଧରେ ଉପସ୍ଥାପନ କରିଥିଲେ । ସାମହିକ ଭାବେ ସର୍ବ ସାଧାରଣଙ୍କ ଦ୍ବାରା ନିକଟରେ ସରକାରଙ୍କ ଯୋଜନା ପହଞ୍ଚିବା ଏହି ସମନ୍ବୟ ବୈଠକର ଉବ୍ଦେଶ ଥିଲା । ଏହି ବୈଠକକୁ ସ୍ଥାନୀୟ ପଞ୍ଚାୟତ ପିଇଓ ରବିନ୍ଦ୍ର ପାତ୍ର ପରିଚାଳନା କରିବା ସହ ସେଷରେ ଧନ୍ୟବାଦ ଦେଇଥିଲେ ।
No Result
View All Result