No Result
View All Result
୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଉପକଣ୍ଠ ପାଣ୍ଡୁଲି ସାହିରେ ଅଘଟଣ । ଅଜଣା ଦୁର୍ବୃତ୍ତଙ୍କ ଛୁରାମାଡରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।
ଗୁରୁତର ମାନେ ହେଲେ, ଖଜୁରୀପଡା ଥାନା ଅଞ୍ଚଳର ସଞ୍ଜୟ ପ୍ରଧାନ ଏବଂ ଫୁଲବାଣୀ ଟାଉନ ଥାନା ଜିରିଙ୍ଗପଡା ଅଞ୍ଚଳର ରାଜା ମହାନନ୍ଦିଆ । ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନା ଅନୁଯାୟୀ, ୩ ଜଣ ଅଜଣା ଯୁବକ ଗତକାଲି ସନ୍ଧ୍ୟାରେ ଏକ ମୋଟର ସାଇକେଲରେ ଆସି ଅଚାନକ ସେମାନଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
No Result
View All Result