୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣ।କୁଦ୍ ବାରଭୁଜା ସେବା ସମବାୟ ସମିତିର ଧାନମଣ୍ଡି ଆଜି ସମିତିର ସଭାପତି ସନ୍ଧ୍ୟାରାଣୀ ମାଲବିହାରିଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଆଲୋକ କୁମାର ଜେନା ନଡ଼ିଆ ବାଡେଇ ମଣ୍ଡି କାର୍ଯ୍ୟ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୋର୍ଡ ଅଫ ଡାଇରେକ୍ଟର କାଳନ୍ଦୀ ଚରଣ ବେହେରା, ଶଶାଙ୍କ ଶେଖର ନାୟକ,ରାଜେନ୍ଦ୍ର ମଲ୍ଲିକ,
ସମେତ ବିଭୁତି ଭୁଷଣ ମହାପାତ୍ର , ଶଙ୍କର ବେହେରା,ଅଶୋକ କୁମାର ପାଇକରାୟ ,ବସନ୍ତ ବଡୁ, , ହିମାଂଶୁ ଶେଖର ସୁନ୍ଦରାୟ,, ଅରୁଣ ଛୋଟରାୟ,ଘନଶ୍ୟାମ ସାହୁ, ଗୋବିନ୍ଦ ବେହେରା ପ୍ରମୁଖ ସମେତ ବହୁ ଚାଷୀ ଯୋଗ ଦେଇଥିଲାବେଳେ ସମିତିର ସଂପାଦକ ଶଶାଙ୍କ ଶେଖର ମହାପାତ୍ର, କର୍ମଚାରି ସଂଜିତି କୁମାର ବଡୁ ପରିଚାଳନାରେ ସହଯୋଗ କରିଥିଲେ ।
ଆଜିର ମଣ୍ଡି ଉଦଘାଟନ ଉତ୍ସବରେ ୧୫ ଜଣ ଚାଷୀ ୭୫୦ ବସ୍ତା ଧାନ ମଣ୍ଡିରେ ଦେଇଥିଲେ । ଏଥିରେ ସାନ୍ତଲିୟା ରାଇସି ମିଲର କର୍ମଚାରିମାନେ ଉପସ୍ଥିତ ଥିଲେ।