No Result
View All Result
୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ଭାରତୀୟ ଅଧ୍ୟାତ୍ମିକ ଦର୍ଶନକୁ ସ୍ୱାମୀ ବିବେକାନନ୍ଦ ଙ୍କ ଦାନ ଅତୁଳନୀୟ l ସେ ସବୁ ବେଳେ କହୁଥିଲେ ଉଠ ଜାଗ୍ରତ ହୁଅ ଏ ଜୀବନଟୀ ଅନ୍ୟ ମାନଙ୍କ ପାଇଁ ସମର୍ପିତ କର l ଯୁବ ଗୋଷ୍ଠି ସଚେତନ ହେଲେ ଭାରତ ଏକ ସୁନ୍ଦର ରାଷ୍ଟ୍ରରେ ପରିଣତ ହେବ l 
ଆଜିର ଯୁବ ଗୋଷ୍ଠି ଯେତିକି ମାତ୍ରାରେ ଉଦ୍ଭ୍ରାନ୍ତ ସେତିକି ମାତ୍ରାରେ ବିଶୃଙ୍ଖଳିତ ଏ ଭଳି ସମୟରେ ବିବେକାନନ୍ଦ ଙ୍କ ବାର୍ତ୍ତାକୁ ଅଧିକ ମାତ୍ରାରେ ପ୍ରଚାର ପ୍ରସାର କରି ଯୁବ ଗୋଷ୍ଠୀ ମାନଙ୍କ ଭିତରେ ସେହି ପ୍ରେରଣା ଜାଗ୍ରତ କରିବା ପାଇଁ ଆବଶ୍ୟକତା ରହିଛି ବୋଲି ବକ୍ତା ମାନେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ହାଜିପୁର ର ବିଂଶ ତମ ବାର୍ଷିକ ଉଚ୍ଛବରେ ରବିବାର ମତବ୍ୟକ୍ତ କରିଛନ୍ତି l
ଅନୁଷ୍ଠାନର ସଭାପତି ବିଭୁଦତ୍ତ ସାହୁ ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିତି ଭାବେ ଡ଼ଃ ଯୁଧିଷ୍ଠିର ଖଟୁଆ, ମୁଖ୍ୟ ବକ୍ତା ଭାବେ ଶିକ୍ଷୟତ୍ରୀ ସରୋଜିନୀ ରଥ,ସମାନୀୟ ଅତିଥି ଭାବେ ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ଦେଇଥିଲେ l ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ସମୀର କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l
ପ୍ରଧାନ ଆଚାର୍ଯ୍ୟା ଦୀପ୍ତି ମୟୀ ଜେନା ବାର୍ଷିକ ବିବରଣୀ ପାଠକରିଥିଲେ l ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ନୃତ୍ୟ, ଗୀତ ପରିବେଷଣ କରିବାସହ ସାଂସ୍କୃତିକ କାର୍ଯ୍ୟ ମାନ ପରିବେଷଣ କରିଥିଲେ l ପ୍ରାରମ୍ଭରେ ଶିକ୍ଷା କେନ୍ଦ୍ରର ଗୁରୁମା ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l କୃତି ଛାତ୍ର ଛାତ୍ରୀ ମାନଂକୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଶେଷରେ ଧନ୍ୟବାଦ ଦେଇଥିଲେ ଗୁରୁମା ରୁଦ୍ରାଣୀ ପଣ୍ଡା l

No Result
View All Result