No Result
View All Result
୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ବରିଷ୍ଠ ନାଗରିକ ଜନକଲ୍ୟାଣ ସଂଘ, ଖୋର୍ଦ୍ଧା ଜିଲ୍ଲା,ବାଲିପାଟଣାର ୯ମ ବାର୍ଷିକ ଉତ୍ସବ ସରିପୂର୍ ଛକ ସ୍ଥିତ ଦୁର୍ଗା ମାଧବ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସୁରେନ୍ଦ୍ର ନାଥ ସେଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ଦାଶ ଯୋଗ ଦେଇ କହିଥିଲେ ଯେ ସରକାରୀ ସ୍ତରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗର ଉପଯୋଗ କରିବା ପାଇଁ ସଂଗଠନ ଦୃଢ଼ ରହିବା ଆବଶ୍ୟକ।
ଏଥିପାଇଁ ସମସ୍ତେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା,ଅବହେଳିତ ଅଥବା ନିର୍ଯାତିତ ହେଉଥିବା ବୟସ୍କ ବ୍ୟକ୍ତି ମାନଙ୍କୁ ସୁରକ୍ଷା ଦେବା ଅନୁଷ୍ଠାର କର୍ତ୍ତବ୍ୟ ହେଉ ବୋଲି କହିଥିଲେ। ଥାନା ନୋଡାଲ ଅଧିକାରୀ ଏସ ଆଇ ରାକେଶ ସାମଲ,ପଞ୍ଚାୟତ ସ୍ତରରେ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ବୁଝିବା ପାଇଁ ବୈଠକ ଆୟୋଜିତ ହେବ ବୋଲି ସୂଚନା ଦେଇଥିଲେ। ଅଧ୍ୟାପକ ରାଧାକାନ୍ତ ମହାନ୍ତି,ସମ୍ପାଦକ ଟହଲି ଭୋଇ,କୋଷାଧ୍ୟକ୍ଷ କ୍ଷେତ୍ରମୋହନ ଦୀକ୍ଷିତ,
ପଣ୍ଡିତ ମୂରଲୀଧର ସାହୁ,ରବୀନ୍ଦ୍ର ନାଥ ସ୍ୱାଇଁ,ସୁବଳ ମଲ୍ଲିକ,ଗୋଲକ ବିହାରୀ ସ୍ୱାଇଁ, ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ସମାଜସେବୀ ରମେଶ ଚନ୍ଦ୍ର ସାହୁ ପରିଚାଳନା ଓ କାଶୀନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ପୂର୍ବାହ୍ନରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମନିପାଲ୍ ହସପିଟାଲର ଡାକ୍ତର ସଦାଶିବ ମିଶ୍ରଙ୍କ ତତ୍ତ୍ଵାବଧାନରେ ଏକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ତାଙ୍କୁ ମୁଷ୍କାନ ଦାସ,ଲକ୍ଷ୍ମୀପ୍ରିୟା ସାହୁ,ଅଲେଖ ମଲ୍ଲିକ,ସୁଶାନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ବାଲିପାଟଣା ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
No Result
View All Result