୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ପିପିଲି ମାଣିକ ଗାର୍ଡେନ ଠାରେ ଜାତୀୟ ଯୁବ ଦିବସ ତଥା ବିବେକାନନ୍ଦ ଙ୍କ ଜନ୍ମଜୟନ୍ତୀ ବର୍ଣ୍ଣାଢ଼୍ୟ ପରିବେଶ ରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଗଠନ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପ୍ରଭାତ କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ନିରଞ୍ଜନ ପତି ଯୋଗ ଦେଇ ସୁନ୍ଦର ଯୁବ ସମାଜ ଗଢିତୋଳିବା ରେ ସ୍ବାମୀଜୀଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।
ମୁଖ୍ୟ ବକ୍ତା ଅଧ୍ୟାପିକା ତଥା ପୂର୍ବ ଓଡ଼ିଶା ଏବିଭିପି ସଭାପତି ଗାର୍ଗୀ ବାନାର୍ଜୀ ଯୋଗଦେଇ ସ୍ଵାମୀ ବିବେକାନନ୍ଦ ଙ୍କ ଜୀବନୀ ଉପରେ ଆଲୋକପାତ କରି ବିବେକାନନ୍ଦ ଙ୍କ ଭଳି ସାହାସକିତା ଓ ଦୃଢ ମନୋବଳ ରଖିବାକୁ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ଆମେରିକାର ଚିକାଗୋ ସମ୍ମିଳନୀ ଉପରେ ପୂନରାବୃତି କରି ମନେ ପକାଇଥିଲେ ।
ସମ୍ମାନିତ ଅତିଥି ନେହେରୁ ଯୁବ କେନ୍ଦ୍ର ପୂର୍ବତନ ସଂଯୋଜକ ଜୟ ଶଙ୍କର ଯୋଶୀ, ଇଂଜିନିୟରିଂ ସତ୍ୟବ୍ରତ ନାୟକ ପ୍ରମୁଖ ଯୋଗୋ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଠ ସଦସ୍ୟ ମୁନୁ ଅଗ୍ରୱାଲ, ସମ୍ପାଦକ ବିଭୁତି ସାମନ୍ତରାୟ,ସହ ସମ୍ପାଦକ ମନୋଜ ପ୍ରଧାନ,ଯୁବ ସଂଯୋଜକ ତଥା ସାମ୍ବାଦିକ ବାପୁ ବେହେରା, ସଦସ୍ୟ ଚନ୍ଦନ ମହାନ୍ତି ପ୍ରମୁଖ ସହଯୋଗ ଦେଇ ପରିଚାଳନା କରିଥିଲେ ।














