No Result
View All Result
୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମଗିରି :-> ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକର ରେବଣାନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହ ଉଯାପିତ ହୋଇଯାଇଛି । ରବିବାର ଦିନ ଏହି ଉତ୍ସବ ବିଧିବଦ୍ଧ ଭାବେ ଉଦଯାପିତ କରିଛନ୍ତି ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ଓଡ଼ିଶା ବିଧାନସଭା ଶ୍ରମତୀ ସୁରମା ପାଡ଼ି । ଏହି ବିଦ୍ୟାଳୟଟି ୧୯୭୪ ମସିହା ରେ ସ୍ଥାପିତ ହୋଇଥିଲା । ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବିଦ୍ୟାଳୟ ଆରମ୍ଭ ରୁ ପାଠ ପଢିଥିବା ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଶ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଥିଲା । ସେଥିପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା । ବିଦ୍ୟାଳୟ ପରିସରରେ ଏକ ସୁବର୍ଣ୍ଣ ଜୟନ୍ତୀ ଲୋଗ ଅତିଥିମାନଙ୍କ ଦ୍ଵାରା ଉନ୍ନଚୀନ କରାଯାଇଥିଲା । ଉଦଯାପଣି ଉତ୍ସଵ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ମାନ୍ୟବର ସାଂସଦ ଲୋକସଭା ପୁରୀ ଡ଼, ସମ୍ବିତି ପାତ୍ର ,
ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକା ବ୍ରହ୍ମଗିରି ଶ୍ରମତୀ ଉପାସନା ମହାପାତ୍ର ମୂରଲୀଧର ସାହୁ ସଭାପତି ପୂରାତନ ଛାତ୍ର ସଙ୍ଗଠନ, ରାମଚନ୍ଦ୍ର ମିଶ୍ର ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ରେବଣା ନୂଆଗାଁ । ଏବଂ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ବହୁ ସଂଖ୍ୟରେ ଜଣସାଧାରଣ ଯୋଗ ଦେଇଥିଲେ ।

No Result
View All Result