ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) 26.12.2019 ନୟାଗଡ :- ନୟାଗଡ଼ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ୨୩ତମ ବିଜେଡି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପେକ୍ଷିରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପୂଜା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ବିଜେଡି ସଭାପତି ଶ୍ରବଣ ରାମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତ କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଓଡ଼ିଶାରେ ଜନସାଧାରଣଙ୍କ ସମର୍ଥନରେ ବିଜେଡି ଅପାରଜେୟ ହୋଇଥିବା ବେଳେ ପଂଚମ ପାଳିର ସରକାର ବହୁତ କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଂଚାଇବା ସହ ପ୍ରଚାର ପ୍ରସାର କରିବା ପାଇଁ ସେ ଦଳିୟ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟ ସରକାରଙ୍କ ୫ଟି ଯୋଜନା ସବୁଠାରୁ ଅଧିକ ଆଦୃତ ଲାଭ କରିଥିବା ନେଇ ମନ୍ତ୍ରୀ କହିବା ସହ ସରକାରଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଂଚାଇବାକୁ କହିଛନ୍ତି । ଦଳ ତଥା ଦଳିୟ କର୍ମକର୍ତ୍ତାଙ୍କ ତରଫରୁ ଏଭଳି କିଛି ତ୍ରୁଟି ନରହୁ ଯାଇ ଲୋକଙ୍କୁ ଅସୁବିଧାରେ ପକାଇବ । ଦୁର୍ନିତି ବିରୁଦ୍ଧରେ ତୀବ୍ର ସ୍ୱର ଉତ୍ତୋଳନ କରିବା ସହ ସମୟାନୁବର୍ତ୍ତିତା ହୋଇ ଉତ୍ତର ଦାୟିତ୍ୱ ସରକାର ଗଠନ ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ମାଳତୀ ଗୁରୁ, ଗଙ୍ଗାଧର ପଣ୍ଡା, ଲୋକନାଥ ସାହୁ, ଶ୍ରୀକାନ୍ତ ପଟ୍ଟନାୟକ, ରମେଶ ସାହୁ, ଗୁରୁପ୍ରସାଦ ଜେନା, ବସନ୍ତ ରଥଶର୍ମା, ଶେଖ୍ ନଇମ୍ ପ୍ରମୂଖ ନିଜ ନିଜ ବକ୍ତବ୍ୟ ରଖିଥିଲେ ।