No Result
View All Result
୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲାର ସଦର ମହକୁମାର ଫୁଲବାଣୀ ସ୍ଥିତ ମୋହନ ଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଠାରେ ରେଡ଼ିଓ ସ୍ୱାତୀ, ଆମ ଟିଭି କନ୍ଧମାଳ ଏବଂ ଏମ କେ ଏସ ପି ଫୁଲବାଣୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଜାତୀୟ ଯୁବ ଦିବସ – ୨୦୨୫ର ଅଡିସନ ଟେଷ୍ଟ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l
ସେହିପରି ମଞ୍ଚରେ ସ୍ଵାମୀ ବିବେକାନନ୍ଦଙ୍କ ଫୋଟ ଚିତ୍ରରେ ମଧ୍ଯ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା l ଏହି ଅଡିସନରେ ସମାଚାର ପଠନ, ନୃତ୍ୟ ଗୀତ ସହ ଅଭିନୟ ପରିବେଷଣ କରାଯାଇଥିଲା l ଏଥିରେ ୧୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ବିଚାରକ ମଣ୍ଡଳୀ ଚାରି ଜଣ ହେଲେ ନାଟ୍ଯ ନିର୍ଦ୍ଦେଶକ ପ୍ରଭାତ ଦାଶ,
ହିନ୍ଦୀ ଶିକ୍ଷକ ତଥା ନାଟ୍ଯ କଳାକାର ଯୁଧିଷ୍ଠିର ମହାନ୍ତି, ସ୍ୱାତୀ ର ସମ୍ପାଦକ ଇଂ ହରିଶଙ୍କର ରାଉତ, ବରିଷ୍ଠ ସାମ୍ବାଦିକ ଅଜିତ ମହାରଣା ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା l ଶେଷରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଫିଲି ମୋହନ ନାୟକ, ଅଶୋକ ମହାନ୍ତି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରମେଶ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ବିଶ୍ଵ ରଞ୍ଜନ କରଙ୍କ ସମେତ ଅଭିଭାବକ, ଅଭିବାବିକା ମାନେ ଉପସ୍ଥିତ ଥିଲେ l

No Result
View All Result