No Result
View All Result
୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଭାପୁର ସଦରମହକୁମାରେ ଅବସ୍ଥିତ ବାଲୁଙ୍କେଶ୍ୱର ଦେବ ଖେଳ ପଡିଆରେ ଭାପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି l ମହୋତ୍ସବ କମିଟିର ଅଧକ୍ଷ ବେଣୁଧର ପ୍ରଧାନ ଅଧକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବୁଶ୍ଵାମିତ୍ରା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ପ୍ରବଚକ ସ୍ୱାମୀ ଆନନ୍ଦ ସ୍ୱାମୀ ମହାରାଜ ଓ ସଂମ୍ମାନିତ ଅତିଥିଭାବେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ବିଶିଷ୍ଟ ସାହିତ୍ୟିକ ଦାସ ବେନୁହର,
ରାଜ୍ୟ ବିଜେପି ଯୁବମୋର୍ଚ୍ଚl ସଭାପତି ଅଭିଳାଷ ପଣ୍ଡା, ନୟାଗଡ଼ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଷ୍ଣୁ ପ୍ରିୟ ବେହେରା, ଖଣ୍ଡପଡା ବ୍ଲକ ଉପାଧ୍ୟକ୍ଷା ଉପମା ବେହେରା, ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ କଥାକାର ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲଚନ୍ଦନ,
ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ଏହି ରଙ୍ଗାରଙ୍ଗ ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ବୈରାଗୀ ଚେତନା ସଂଘ ଦ୍ୱାରା ଖଞ୍ଜଣୀ ବାଦନ ରୋଶନି ଡ୍ୟାନ୍ସ ଗ୍ରୁପ, ସମ୍ବଲପୁରୀ ନୃତ୍ୟ, ପାଇକ ଆଖଡ଼ା ଦର୍ଶକମାନଙ୍କୁ ବିମୋହିତ କରିଥିଲା l ସୁନାମଧନ୍ୟ କଣ୍ଠ ଶିଳ୍ପୀ ବର୍ଣାଳୀ ହୋତା ଙ୍କ ସଂଗୀତରେ ଝୁମିଲେ ହଜାର ହଜାର ଦର୍ଶକ l

No Result
View All Result