• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୧୧ଦିନିଆ ପ୍ରସିଦ୍ଧ ଗୋଖିବାବା ମକରମେଳା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଯାଉଁଳି ନଡ଼ିଆରେ ପୂର୍ଣ୍ଣ ହୁଏ ମାନସିକ

Proprietor Abhimanyu Maharana by Proprietor Abhimanyu Maharana
January 12, 2025
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
୧୧ଦିନିଆ ପ୍ରସିଦ୍ଧ ଗୋଖିବାବା ମକରମେଳା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଯାଉଁଳି ନଡ଼ିଆରେ ପୂର୍ଣ୍ଣ ହୁଏ ମାନସିକ
Share on FacebookShare on TwitterWhatsapp

୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରାଜଧାନୀ ଭୁବନେଶ୍ବରର ୬୭ ନମ୍ବର ୱାର୍ଡରେ ରହିଛି ରାଜଧାନୀର ସର୍ବ ପୁରାତନ ସୁନ୍ଦରପଦା ଗ୍ରାମ । ଯେଉଁଠାରେ ଏକ ଜାଗାରେ ମହାପ୍ରଭୁ ଜଗନ୍ନାଥ ଦଧିବାମନ ଜୀଉ ରୂପେ ପୂଜା ପାଉଥିବା ବେଳେ, ଯାହାଙ୍କ ନାମରେ ଗ୍ରାମର ନାମକରଣ ହୋଇଛି ସେହି ସୁନ୍ଦରେଶ୍ୱର ମହାଦେବ ଏଠାରେ କ୍ଷେତ୍ରଧିପତି ଭାବେ ବିଦ୍ୟମାନ । ଏହିଭଳି ଏକ ଜାଗାକୁ ଅନ୍ୟୁନ ୩୦୦ବର୍ଷ ତଳେ ସନ୍ଥ ଗୋଖିଦାସ ବାଛିଥିଲେ ନିଜର ସାଧନାସ୍ଥଳୀ ଭାବେ ।

ଜଣେ ସାଧାରଣ ବ୍ୟକ୍ତି ଭାବେ ନିଜ ଜୀବନଯାପନ କରୁଥିବା ଗୋଖିଦାସଙ୍କ ଚମତ୍କାରିତା କଥା ଲୋକ ସେତେବେଳେ ଜାଣିଲେ, ଯେତେବେଳେ ଜଣେ ମୁସଲମାନ ଲୋକ ଗୋଖି ଦାସଙ୍କୁ କହିଥିଲେ ଆପଣ ସବୁବେଳେ ଆମ ବାଡ଼ ଦେଇ ଚୁଆକୁ ଯାଉଛନ୍ତି ଓ ବାଡ଼ ଖୋଲା ରଖିବାରୁ ସବୁ ଗାଈଗୋରୁ ଫସଲ ନଷ୍ଟ କରୁଛନ୍ତି । ଏହା ଶୁଣି ଗୋଖି ଦାସ କହିଥିଲେ, ଆପଣ ଆଜିଠୁ ଏହି ବାଡ଼ ଖୋଲା ରଖିଦିଅନ୍ତୁ, ଦେଖିବେ କେହି ଗାଈଗୋରୁ ଆସିବେ ନାହିଁ ।

ସେବେ ଠାରୁ ଆଜି ପର୍ଯ୍ୟନ୍ତ ସେଠାରେ କୌଣସି ଗାଈଗୋରୁ ଫସଲ ନଷ୍ଟ କରୁନାହାନ୍ତି । ସେହିପରି ମୃତ୍ୟୁ ସମୟରେ କିଛି ଗ୍ରାମବାସୀ ବାବାଙ୍କୁ ଶ୍ରୀମନ୍ଦିର ରାସ୍ତାରେ ଦେଖିବାର ଜନଶ୍ରୁତି ଥିବା ବେଳେ ଅନ୍ୟ ଗ୍ରାମବାସୀ କହୁଥିଲେ, ସେମାନେ ବାବାଙ୍କୁ ଖଣ୍ଡଗିରିରେ ସେହି ଏକା ସମୟରେ ଦେଖିଛନ୍ତି । କିନ୍ତୁ ବାବା ସେତେବେଳକୁ ଦେହତ୍ୟାଗ କରିସାରିଥିଲେ । ଏବେ ବାବାଙ୍କର ସମାଧିପୀଠକୁ ଲୋକେ ଗୋଖିବାବା ଆଶ୍ରମ ନାଁ ଦେଇ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ବାବାଙ୍କ ଜନ୍ମଦିନ ଖୁବ ଆଡ଼ମ୍ବରରେ ପାଳନ କରିଥାନ୍ତି ।

ଉଲ୍ଲେଖଯୋଗ୍ୟ ଏହା ଏପରି ଏକ ପୀଠ ଯେଉଁଠାରେ ମକର ମେଳାରେ ହିନ୍ଦୁ ମୁସଲିମ ଏକ ହୋଇ ମକର ସଂକ୍ରାନ୍ତି ପାଳନ କରିଥାନ୍ତି । ସେହିଭଳି କିମ୍ବଦନ୍ତୀ ରହିଛି, ଯାହାର ଯାହା ଗାଈଗୋରୁ ଆଗରୁ ହଜିଯାଉଥିଲେ, ଗୋଖିବାବାଙ୍କୁ ଦୁଇଟି ଜାଉଁଳି ନଡ଼ିଆ ମାନସିକ କଲେ ସେହି ଗାଈଗୋରୁ ମିଳିଥାନ୍ତି । ସେହିପରି ବାବାଙ୍କ କୃପାରୁ ନିସନ୍ତାନଙ୍କୁ ସନ୍ତାନ ପ୍ରାପ୍ତି ହେଇଥାଏ ତଥା ଦୁଃସାଧ୍ୟ କାର୍ଯ୍ୟ ବି ସମ୍ଭବ ହେଉଛି ବୋଲି ଶ୍ରଦ୍ଧାଳୁ ମତବ୍ୟକ୍ତ କରନ୍ତି ।

ତେଣୁ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ଏଠାରେ ଜମେ ଲକ୍ଷାଧିକ ଭକ୍ତଙ୍କ ସମାବେଶ । ସମସ୍ତେ ମାନସିକ ନଡ଼ିଆ ବାଡ଼େଇବା ପରେ ଶ୍ରୀ ଜଗନ୍ନାଥଙ୍କର ସୁନାବେଶର ଦର୍ଶନ କରିବା ସହ ସୁନ୍ଦରେଶ୍ୱର ମହାଦେବଙ୍କର ଦିବ୍ୟ ବେଶ ଦର୍ଶନ କରିବା ସହ ଗ୍ରାମବାସୀଙ୍କ ତରଫରୁ ହୋଇଥିବା ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥାନ୍ତି । ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ମକର ମେଳା ଏ ବର୍ଷ କିପରି ଆଡ଼ମ୍ବରରେ ପାଳିତ ହେବ ସେ ନେଇ ରବିବାର ତା ୧୨-୧-୨୦୨୫ ରିଖ ଦିନ ଗୋଖିବାବା ଆଶ୍ରମ ପ୍ରାଙ୍ଗଣରେ ମକର ମେଳା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ମେଳା କମିଟି ସଭାପତି ଅର୍ଜୁନ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ବିଶ୍ଵଜିତ ମଙ୍ଗରାଜ, ସମାଜସେବୀ ନୀଳମଣି ମିଶ୍ର, କର୍ପୋରେଟର ମଧୁସ୍ମିତା ପ୍ରଧାନ, ବିଷ୍ଣୁ ପ୍ରସାଦ ନନ୍ଦ, କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ବର୍ଷ କିପରି ଧୁମଧାମରେ ମକର ମେଳା ପାଳିତ ହେବ, ସେ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ୧୩ତାରିଖ ଦିନ ଗୋଖିଚୁଆ ରୁ ପାଣି ତୋଳା ହେବା ସହ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମକର ସଂକ୍ରାନ୍ତି ଦିନ ଭୋର ୪.୩୦ମିନିଟରେ ଗାଦି ପୂଜା ସହ ମଙ୍ଗଳ ଆଳତି ଓ ସନ୍ଧ୍ୟା ୭ଘଟିକାରୁ ପ୍ରସାଦ ସେବନ ବ୍ୟବସ୍ଥା ଚାଲିବ। ୧୫ ତାରିଖ ଓ ୧୬ ତାରିଖରେ ଗ୍ରାମର ଯୁବକ ଯୁବତୀ କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ନାଟକ ପରିବେଷଣ ହେବ।

୧୭ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ସନ୍ଥ ସମ୍ମିଳନୀ ହେବା ସହ ଭାଗବତ ପରାୟଣ ହେବ ଓ ରାତ୍ରିରେ ବିଭିନ୍ନ ସୁନାମଧନ୍ୟ ପ୍ରବଚକଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଏହି ବର୍ଷ ନାଟକ ପରିବେଷଣକୁ ୫୦ବର୍ଷ ପୂର୍ତ୍ତି ହେବ ଓ ସ୍ଥାନୀୟ ଗ୍ରାମ ବାସିନ୍ଦା ତଥା ଏକାମ୍ର ବିଧାୟକ ବାବୁ ସିଂ ସମସ୍ତ କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ନେଇ ପ୍ରତ୍ୟକ୍ଷ ଭାବେ ଧ୍ୟାନ ଦେଉଛନ୍ତି । ମେଳା କମିଟି ସୂଚନା ମୁତାବକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ୧୧ଦିନିଆ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version