୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :- ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ଜଇଶି ପାଟଣା ବାଣୀ ବିଦ୍ୟାମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ବହୁ ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପିପିଲି ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗୋ ଦେଇଥିବାବେଳେ ସମ୍ମାନନୀୟ ଅତିଥି ଭାବେ ପିପିଲି ଥାନା ଅଧିକାରୀ ସୈମେନ୍ଦୁ ଶେଖର ତ୍ରିପାଠୀ ପ୍ରମୁଖ ଯୋଗୋଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ପିପିଲି ମଣ୍ଡଳ ଶିକ୍ଷାଧିକାରୀ ରବୀନ୍ଦ୍ରନାଥ ନନ୍ଦ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି କବିରାଜ ପ୍ରଧାନ, ଗୋବିନ୍ଦ ପୁରୁ କୋଲଷ୍ଟୋର ସିଆରସିସି ଚିନ୍ତାମଣି ଓଝା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଭାବେ ସମାଜସେବୀ ସୁଭ୍ରଜିତ ଜେନା, ପ୍ରବୀର ହାଲବା, ବିଜୟ କୁମାର ସେଠୀ, ଶିକ୍ଷକ ଜୟ ପ୍ରକାଶ ପ୍ରଧାନ, ଅଭିମନ୍ୟୁ ଦାସ,ଓ ସମିତି ସଭ୍ୟା କବିତା ଖଟାଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ନେବାକୁ ହେଲେ ପ୍ରଥମେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସଂସ୍କାର ଶିକ୍ଷା ଦେବା ସହିତ ଉତ୍ତମ ମଣିଷ ହେବା ପାଇଁ ହେଲେ















