୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଗତ ଏକ ମାସ ତଳେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗକାରୀ କୁ ବୋଲଗଡ଼ ଥାନା ଅଧିକାରୀ ଙ୍କ ଦ୍ଵାରା ଗିରଫ କରାଯାଇଥିଲା । ତେବେ ଅଭିଯୋଗକାରୀ କୁ ଗିରଫ କରି ପୋଲିସ ହାଜତ ରେ ରଖିଥିବା ବେଳେ ଆସାମୀ ରାଜୁ ପୋଲିସଙ୍କୁ ଚଖମା ଦେଇ ଫେରାର ହେଇଯିବା କଥା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ହାଜତ ରେ ଥିବା ଅଭିଯୁକ୍ତ ମଧ୍ଯ ରାତ୍ରରୁ ପରିସ୍ରା ଯିବାର ବାହାନା ଦେଖାଇ ଥାନାରୁ ଚମ୍ପଟ ମାରିଥିବା କଥା କୁହାଯାଉଛି ।

ଖସି ଯାଇଥିବା ଅଭିଯୁକ୍ତ ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଅଞ୍ଚଳର ପଞ୍ଚୁ କୋଟ ଗ୍ରାମ ବୋଲି ପୋଲିସ ରେକର୍ଡରୁ ଜଣାପଡ଼ିଛି । ପୋଲିସ ରେକର୍ଡ ଅନୁଯାୟୀ ଗତ ଦୁଇ ଦିନ ତଳେ ଉକ୍ତ ଅଭିଯୁକ୍ତ ଜଣଙ୍କ ଜଣେ ମହିଳାଙ୍କ ଠାରୁ ଅମାନୁଷିକ ଭାବେ ମୋବାଇଲ ଛଡାଇ ନେଇଥିବା ନୂତନ ଅଭିଯୋଗକ୍ରମେ ବୋଲଗଡ ପୋଲିସ ଅଭିଯୁକ୍ତ କୁ ଭୀମପଡ଼ା ଗ୍ରାମ ନିକଟସ୍ଥ ଏକ ମୋବାଇଲ ଦୋକାନ ଠାରୁ ସନ୍ଦିଗ୍ଧ ଫେରାର ଆସାମୀ ରାଜ କିଶୋର ବେହେରା ଓରଫ ରାଜୁ (ବୟସ -୨୫) କୁ ବୋଲଗଡ ଥାନାର ପୋଲିସ ଏସ୍.ଆଇ. ଲିଲି ପାଢି , ଏ.ଏସ୍.ଆଇ. ଅକ୍ଷୟ ଦଳେଇଙ୍କ ସମେତ ପୋଲିସ କର୍ମଚାରୀ ମାନେ ସଂଧ୍ଯା 7 ଘଟିକା ସମୟରୁ ଗିରଫ କରି ଆଣି ପୋଲିସ ହେପାଜତରେ ରଖିଥିଲେ l

ଆସାମୀ ରାଜୁ ବୋଲଗଡ ପୋଲିସକୁ ଚଖମା ଦେଖାଇ ରାତ୍ରରୁ ପରିସ୍ରା କରିବାର ବାହାନା ଦେଖାଇ ଥାନାରୁ ଚମ୍ପଟ ମାରିବା ପୋଲିସ୍ ପ୍ରଶାସନର ଏକ ପ୍ରକାରର ଦୁର୍ବଳତାକୁ ଦର୍ଶାଉଛି । ବୋଲଗଡ ଜନ ସାଧାରଣଙ୍କର ମନରେ ଆଜି ପ୍ରଶ୍ନ ଉଠୁଛି .. ? କେମିତି ଜଣେ କୁଖ୍ୟାତ ଅପରାଧି ପୋଲିସ ହେପାଜତରୁ ମାରିଲା ଚମ୍ପଟ ? ଏଥିନେଇ ବୋଲଗଡ ଥାନା ର କେଉଁ ପୋଲିସ କର୍ମଚାରୀ ଏସ୍.ଆଇ. ଲିଲି ପାଢୀ , ଏ.ଏସ୍.ଆଇ. ଦଳେଇ ବାବୁ ନା ବୋଲଗଡ ଥାନାର ଆଇ.ଆଇ.ସି. ସ୍ନିଗ୍ଧା ରାଣୀ ବରାଳଙ୍କ ନିର୍ଦ୍ଦେଶ କ୍ରମେ ଫେରାର୍ ଆସାମୀ ରାଜୁକୁ ଥାନାରୁ ଚମ୍ପଟ କରାଇବାରେ ସାହାଯ୍ୟ କଲେ କି ..... ବୋଲି ସାଧାରଣରେ ସନ୍ଦେହ ଉପୁଜିଛି ।

ଏଥିପାଇଁ ବୋଲଗଡ ଥାନାର କେଉଁ କେଉଁ କର୍ମଚାରୀ ଦାୟୀ ..? ମାନ୍ୟବର ଖୋର୍ଦ୍ଧା ଏସ୍. ପି. ସାଗରିକା ନାଥ ଯିଏକି ଜଣେ ଦକ୍ଷ ଆଇପିଏସ , ଲେଡି ସିଂଘମ୍ ଭାବେ ପରିଚିତ । ତେବେ ଏସପି ଙ୍କ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଥିବା ଥାନା ରୁ ଅପରାଧୀ ଫେରାର ହେବା କିପରି ସମ୍ଭବ ହେଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଣ ଜାଣି ପାରିଲେ ନାହିଁ ଏହି ଘଟଣା ସଂମ୍ପର୍କରେ ? ନା ଜାଣିଶୁଣି ଚୁପ୍ ..... ଏବେ ସାଧାରଣ ଜନତା ଙ୍କ ମନରେ ପ୍ରଶ୍ନ ଉଠୁଛି ବୋଲଗଡ ପୋଲିସର ଅପାରଗତା କାର୍ଯ୍ୟକୁ ନେଇ ।

ଅପରାଧିକ ବ୍ୟକ୍ତି ବିଶେଷ ଯଦି ପୋଲିସ୍ ଅଧିକାରୀ ଙ୍କ ହେପାଜତ ରେ ରହି ଖସି ପଳାଇଯାଉଛନ୍ତି ତେବେ ସାଧାରଣ ଜନତା କାହା ଉପରେ ଭରସା ରଖିବେ । ନୟାଗଡ ଏସ୍.ପି. ଏହିଭଳି ଘଟଣା ପାଇଁ ନିକଟ ଅତୀତରେ ଭାପୁର ଥାନାର ଏସ୍ଆଇ , କନେଷ୍ଟବଳଙ୍କୁ ସସପେଣ୍ଡ କରିଥିଲେ । କିନ୍ତୁ ଖୋର୍ଦ୍ଧା ଏସ୍.ପି. ଚୁପ୍ ହୋଇ ବସି ରହିଛନ୍ତି ଏହି ଘଟଣା ଶୁଣି , । ମାନ୍ୟବର ଡି.ଜି.ପି. ଖୁରାନିଆ ମହୋଦୟ ନ୍ୟାୟ ଦେବେ କି .... ବୋଲଗଡ ବାସୀଙ୍କୁ ....?