୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ତହସିଲଦାର ଦିପ୍ତି ପ୍ରକାଶ ବେହେରା ଙ୍କ ଅଧ୍ଯକ୍ଷତାରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି,

ଗୋଷ୍ଟୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ସମେତ ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅଧିକାରୀ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ I ଉପଖଣ୍ଡ ଲୋକ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧୀରଜ ପାତ୍ର ପରିଚାଳନା କରିଥିଲେ I ପୂର୍ବ ବର୍ଷର ବିବରଣୀ ପାଠ କରାଯାଇ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଶାନ୍ତି ଶୃଙ୍ଖଳା ରେ ଯେପରି ପାଳନ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା l

ଉପଖଣ୍ଡ ସ୍ତରୀୟ ସାଧରଣତନ୍ତ୍ର ପେରେଡ ରେ ୩୪ ଟି ଦଳ ଅଂଶଗ୍ରହଣ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି l କାର୍ଯ୍ୟକ୍ରମ ଟିକୁ ଉତ୍ସବ ପାଳନ କମିଟି ସହ ସମ୍ପାଦକ ତୀର୍ଥବାସୀ ଘଡେଇ, ସୂଚନା ଓ ଲୋକ ସମ୍ପର୍କ କର୍ମଚାରୀ ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l