• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର ବିରୁଦ୍ଧରେ ‘ଭଏସ୍ ଏଗେନଷ୍ଟ ହେଟ୍‌’ ପକ୍ଷରୁ ବିକ୍ଷୋଭ

Proprietor Abhimanyu Maharana by Proprietor Abhimanyu Maharana
January 11, 2025
in ଓଡ଼ିଶା, ମହାନଗର, ହୋମ୍
0
ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର ବିରୁଦ୍ଧରେ ‘ଭଏସ୍ ଏଗେନଷ୍ଟ ହେଟ୍‌’ ପକ୍ଷରୁ ବିକ୍ଷୋଭ
Share on FacebookShare on TwitterWhatsapp

୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଅତ୍ୟାଚାର ପ୍ରତିବାଦରେ ‘ଭଏସ୍‌ ଏଗେନଷ୍ଟ ହେଟ୍‌’ ପକ୍ଷରୁ ଆବାହକ ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶୁକ୍ରବାର ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ବିକ୍ଷୋଭକାରୀମାନେ ମୁହଁରେ କଳାପଟି ବାନ୍ଧି, ହାତରେ ‘ଭଏସ୍ ଏଗେନଷ୍ଟ ହେଟ୍‌’ର ପତାକା ଧରିବା ସହ ‘ଆମେ ସମସ୍ତେ ଭାଇ ଭାଇ, ହିଂସା ଘୃଣାର ସ୍ଥାନ ନାହିଁ’, ‘ଘୃଣା ନୁହେଁ, ଭାଇଚାରା ରଖ’, ‘ଆସ ଗଢିବା ଘୃଣାମୁକ୍ତ ସମାଜ’, ‘ଆମକୁ ଭାଗ ଭାଗ କରନାହିଁ’, ‘ଆମେ ଏକ, ଆମେ ଭାରତୀୟ’, ‘ଘୃଣା ଛାଡ଼, ଦେଶ ଯୋଡ଼’ ଆଦି ପ୍ଲାକାର୍ଡ଼ମାନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ବିକ୍ଷୋଭରେ ଅତ୍ୟାଚାରିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ସୁରକ୍ଷା ଓ ତାଙ୍କ ଉପରେ ହୋଇଥିବା ବର୍ବୋରଚିତ ଅତ୍ୟାଚାର ପାଇଁ ନ୍ୟାୟ ଦାବି କରାଯାଇଥିଲା । ଗଜପତି ଜିଲ୍ଲା, ବାଲେଶ୍ୱର ଜିଲ୍ଲାର ଔପଦା, ରେମୁଣା ଓ ସୋରୋ, ଯାଜପୁର ଜିଲ୍ଲାର ପୀଡ଼ିତ / ପୀଡ଼ିତାମାନେ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ବିଶେଷକରି ଗଜପତି ଜିଲ୍ଲାର ସେରଙ୍ଗ ଥାନା ଅଞ୍ଚଳର ୨୦୨୪ ମସିହା ଡିସେମ୍ବର ୧୬ ତାରଖରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସୁଦୀପ୍ତ ପାଲଟା ଆକ୍ରମଣ ଶିକାର ହୋଇଥିଲେ, ଯାହାର କେସ୍ ନମ୍ବର ୧୦୪/୨୦୨୪ । ସେହିପରି ୨୦୨୪ ମସିହା ନଭେମ୍ବର ୨୪ ତାରିଖରେ ବାଲେଶ୍ୱର ଜିଲ୍ଲା ଔପଦା ଥାନାର ଖ୍ରୀଷ୍ଟିଆନ ଆଦିବାସୀ ସୁନାରାମ ମାରାଣ୍ଡି ଓ କାୟମ ସୋରେନଙ୍କୁ ପେଟ୍ରୋଲ ଟାଙ୍କି ପାଖରେ ବାନ୍ଧି ଅମାନୁଷିକ ଭାବେ ମାଡ଼ ମରାଯାଇଥିଲା । ଏପରିକି ତାଙ୍କୁ ପେଟ୍ରୋଲ ଢାଳି ଜୀବନରୁ ମାରିଦେବାକୁ ମଧ୍ୟ ଯୋଜନା କରାଯାଇଥିଲା, ଯାହାର କେସ୍ ନଂ ୬/୨୦୨୫ ।

ଡିସେମ୍ବର ୨୬, ୨୦୨୪ ମସିହାରେ ବାଲେଶ୍ୱର ରେମୁଣା ଥାନା ଅଞ୍ଚଳର ଆଦିବାସୀ ଖ୍ରୀଷ୍ଟିଆନ ମହିଳା ସୁକାନ୍ତି ସିଂ ଓ ସୁବାସିନୀ ସିଂଙ୍କ ନାମରେ ଧର୍ମ ପରିବର୍ତ୍ତନର ମିଥ୍ୟା ଅଭିଯୋଗ ଆଣି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘନିଷ୍ଠ ସହଯାଗୀମାନେ ଏହି ଦୁଇ ନିରୀହ ମହିଳାଙ୍କୁ ଗଛରେ ବାନ୍ଧି ଚପଲରେ ପିଟିବା ସହ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ । ସେହିପରି ଡିସେମ୍ବର ୮, ୨୦୨୪ରେ ଯାଜପୁର ଟାଉନ ଥାନା ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନରେନ୍ଦ୍ର ଦାସ ଓ ବୀରକିଶୋର ଦାସଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରାଯିବା ସହ ସେଠାରେ ଚର୍ଚ୍ଚ ଭଙ୍ଗାରୁଜା କରାଯାଇଥିଲା, ଯାହାର କେସ୍ ନମ୍ବର ୩୫୫/୨୦୨୪ । ସେହିପରି ୨୦୨୫ ମସିହା ଜାନୁଆରୀ ୫ ତାରିଖରେ ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅଞ୍ଚଳର ଖ୍ରିଷ୍ଟିଆନ ସମ୍ପ୍ରଦାୟର ଗୌରାଙ୍ଗ ଦାସଙ୍କୁ ଅପହରଣ କରାଯାଇ ଗଛରେ ବାନ୍ଧି ମାଡ ମରାଯାଇଥିଲା ।

ଯାହାର କେସ୍ ନମ୍ବର ୮/୨୦୨୫ । ଏହି ପୀଡ଼ିତ ଏବଂ ପୀଡ଼ିତାମାନେ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ ମୟୁରଭଞ୍ଜରେ ଖ୍ରୀଷ୍ଟିଆନ ଆଦିବାସୀଙ୍କ ଉପରେ ଆକ୍ରମଣ, ରାୟଗଡ଼ା କେ. ସିଂହପୁର ଥାନାରେ ଖ୍ରୀଷ୍ଟିଆମାନଙ୍କ ଆକ୍ରମଣ, ଯାହାର କେସ୍ ନଂ ୧୩୫/୨୪ । ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଅଞ୍ଚଳରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କୁ ଆକ୍ରମଣ ଏବଂ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କୁ ଆକ୍ରମଣ କରାଯାଇଥିଲା । ଏହିପରି ଅନେକ ଉଦାହରଣ ରହିଛି । ଏହି ପରିପ୍ରେକ୍ଷୀରେ ସଂଗଠନର ଆବାହକ ଶ୍ରୀ ଚୌଧୁରୀ କହିଛନ୍ତି ଯେ, ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅସୁରକ୍ଷିତ ଏବଂ ଅତ୍ୟାଚାରିତ । ସେମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି ।

ସରକାର ସେମାନଙ୍କୁ ସୁରକ୍ଷା ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ସତେ ଯେପରି ସେମାନଙ୍କ ଉପରେ ଆକ୍ରମଣ ପାଇଁ ଏକ ଲୁକ୍କାୟିତ ନୀତି ପ୍ରସ୍ତୁତ ହୋଇଛି । ଜଗନ୍ନାଥଙ୍କ ଭୂମିରେ ସବୁ ଧର୍ମ ଓ ସବୁ ଜାତିକୁ ସମ୍ମାନ ଦିଆଯାଏ । ଏଠାରେ ସାଲବେଗ ଜଗନ୍ନାଥଙ୍କ ଭଜନ ଲେଖିଛନ୍ତି ଏବଂ ଖ୍ରୀଷ୍ଟିଆନ ମଧୁବାବୁ ଜଗନ୍ନାଥଙ୍କ ବଡ଼ ଭକ୍ତ । ଅନ୍ୟ ପକ୍ଷରେ ସନାତନ ଧର୍ମର ମୂଳମନ୍ତ୍ର ହେଉଛି ‘ବସୁଧୈବ କୁଟୁମ୍ବକମ୍‌’ । ଯେଉଁ ଧର୍ମ ସାରା ପୃଥିବୀକୁ ନିଜର ପରିବାର ବୋଲି ଗ୍ରହଣ କରିଥାଏ, ସେହି ଧର୍ମର ଆତ୍ମଘୋଷିତ କିଛି ଠିକାଦାରମାନେ ସଂଖ୍ୟାଲଘୁଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ କରୁଛନ୍ତି । ସେମାନେ ନକଲି ହିନ୍ଦୁ । କାରଣ ହିନ୍ଦୁ ଧର୍ମର ନୀତି ନିୟମକୁ ସେମାନେ ମାନୁନାହାଁନ୍ତି । ଅପରପକ୍ଷରେ ସେମାନେ ଭାରତର ସମ୍ବିଧାନ ବିରୋଧୀ । ଆମର ସମ୍ବିଧାନ ସବୁଧର୍ମର ଲୋକଙ୍କୁ ଜୀବନ ଯାପନ ପାଇଁ ସମାନ ଅଧିକାର ଦେଇଛନ୍ତି ।

ତେଣୁ ଏହି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସମ୍ବିଧାନ ବିରୋଧୀ ଏବଂ ଦେଶବିରୋଧୀ । ଓଡ଼ିଶାର ବିଜେପି ସରକାରର ଭୂମିକା ସନ୍ଦେହଜନକ । କାରଣ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର କରୁଥିବା ଅପରାଧୀଙ୍କୁ ଏ ବିଜେପି ସରକାର ସୁରକ୍ଷା ଦେବା ପରି ମନେ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଏବଂ ଭାରତବର୍ଷର ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ । ଏପରିସ୍ଥଳେ ଓଡ଼ିଶାରେ ଆଦିବାସୀ ମହିଳାମାନଙ୍କୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହଯୋଗୀମାନେ ଯେଉଁଭଳି ଭାବରେ ଅତ୍ୟାଚାର କଲେ, ସେହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏବଂ ମହାମହିମ ରାଷ୍ଟ୍ରପତି ନୀରବଦ୍ରଷ୍ଟା ସାଜିବା କ୍ଷୋଭର ବିଷୟ ।

ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ସୁରକ୍ଷା ଏବଂ ଅତ୍ୟାଚାରିତମାନଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଗଠନ ତାର କାର୍ଯ୍ୟକ୍ରମ ଜାରି ରଖିବ । ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଥିଲା । ପ୍ରଦେଶ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଅଜିତ ସିଂ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ବିକ୍ଷୋଭରେ ଅମିୟ ପାଣ୍ଡବ, ୟାସିର ନୱାଜ, ବିଶ୍ୱଜିତ ଦାସ, ଡ. ପ୍ରଲ୍ଲବ ଲିମା, ପ୍ରକାଶ ମିଶ୍ର, ଗଣେଶ ଦାଶ, ମନୋଜ ବିଶ୍ୱାଳ, ମୀର ଅହମ୍ମଦ ଅଲ୍ଲୀ, ଅଜୟ ସାହୁ, ରାହୁଲ ମହାନ୍ତି, ବିଶପ ଡି.ବି. ହୃଦୟ, ସୁଦୀପ ସାମଲ, ଶ୍ରୀୟାସ୍ମିତା ପଣ୍ଡା, ମହମ୍ମଦ ପରଭେଜ, ଶିଶିର ରଥ, ରାଜେ ସ୍ୱାଇଁ, କାଳନ୍ଦୀ ଖୁଣ୍ଟିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version