No Result
View All Result
୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଳା ରାୟଗଡ଼ ବ୍ଲକ୍ ସଦର ମୋହକୁମା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଦଶଟା ଠାରୁ ପ୍ରାୟ ଚାରିଟା ଯାଏଁ ଭୀମ ଭୋଇ ସମର୍ଥ ଶିବିର ୨୦୨୪,୨୫ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ରାୟଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଧିର କୁମାର ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ, ରାୟଗଡ଼ ତହସିଲଦାର ସନ୍ତୋଷ କୁମାର ପ୍ରଧାନ, ସି ଡ଼ି ପି ଓ d କମାଳାଙ୍ଗି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣି ଶ୍ରୀମତୀ ନମିତା ଚାନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ପରୀପ୍ରେକ୍ଷୀରେ ବହୁ ଦିବ୍ୟାଙ୍ଗ ମାନେ ଉପସ୍ଥିତ ରହି ଥିବା ବେଳେ ପୁରୁଣା ତାଲିକା ସହ ନୂତନ ଭାବେ ବହୁ ଦିବ୍ୟାଙ୍ଗ ମାନଙ୍କ ପଞ୍ଜିକରଣ କରାଯାଇଥିଲା । ଏହି ଅବସରରେ ଦିବ୍ୟାଙ୍ଗ ମାନଙ୍କୁ ହୁଇଲ୍ ଚେର ଏବଂ ପ୍ରମାଣ ପତ୍ର ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଟି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଏଵଂ ରାୟଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ବହୁ ଅଧିକାରୀ ଏବଂ କର୍ମଚାରୀ ମାନେ ଏହାର ପରିଚାଳନା କରିଥିଲେ।

No Result
View All Result