୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ନିମନ୍ତେ ଆତ୍ମସୁରକ୍ଷା କୌଶଳ ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତାସ୍ମିତା ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଆତ୍ମ ସୁରକ୍ଷା କୌଶଳ ତାଲିମ୍ ଶିବିରର ସଫଳତା କାମନା କରିଥିଲେ ।

ପ୍ରଶାସନିକ ଅଧିକାରୀ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ, ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ଼.ସଂଯୁକ୍ତା ନାୟକ ଶିବିରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ସଂଯୋଜିକା ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମାଷ୍ଟର ଟ୍ରେନର ରୂପା ନାୟକ, ନିରୂପମା ମଲିକ, ତନୁଜା ପାତ୍ର, ପଙ୍କଜିନୀ ପ୍ରମୁଖ ଉପସ୍ଥିତ ରହି ଆତ୍ମସୁରକ୍ଷା କୌଶଳ ଶିକ୍ଷା ପ୍ରଦାନ କରୁଛନ୍ତି ।