No Result
View All Result
୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ସାତଜନ୍ମର ସାଥିକୁ ପଥରରେ ଛେଚି ହତ୍ୟା କଲା ନରହନ୍ତା ସୈତାନ ସ୍ୱାମୀ, ଏହି ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି, ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଂଚାୟତର କାଲେମା ଗାଁରେ l ସୂଚନା ମୁତାବକ ସେହି ଗାଁର ଧର୍ମେନ୍ଦ୍ର ନାୟକ ନାମକ ଏକ ବ୍ୟକ୍ତି ଲକ୍ଷହୀରା ନାୟକ ନାମକ ଏକ ମହିଳାଙ୍କୁ 15 ବର୍ଷପୂର୍ବେ ବିବାହ କରିଥିଲେ l
ଏବଂ ଚାରୋଟି ସନ୍ତାନ ବି ହୋଇଥିଲା l ତେବେ ଧର୍ମେନ୍ଦ୍ରର ଅନ୍ୟ ଏକ ସ୍ତ୍ରୀ ସହ କିଛି ଦିନ ହେଲା ପ୍ରେମ ସମ୍ପର୍କ ରହିଥିବା ନେଇ ଉଭୟ ଧର୍ମେନ୍ଦ୍ର ଓ ସ୍ତ୍ରୀ ଲକ୍ଷ୍ୟହୀରା ଙ୍କର ମଧ୍ୟରେ କଳହ ଲାଗି ରହିଥିଲା, ସେଥିପାଇଁ ପ୍ରତିଦିନ ଧର୍ମେନ୍ଦ୍ର ତାଙ୍କ ସ୍ତ୍ରୀ କୁ ମାଡ଼ ବି ମାରୁଥିଲେ l ତେବେ କଳହ ଦିନକୁ ଦିନ ବଢିବା ଯୋଗୁଁ ଘଟଣା ଶେଷରେ ହତ୍ୟାକାଣ୍ଡର ରୁପ ନେଇଥିଲା l ଲକ୍ଷ୍ୟ ହୀରା କୁ କାଲେମା ଗାଁ ପାଖ ଏକ ଜଙ୍ଗଲକୁ ଟେକି ନେଇ ପଥର ଛେଚି ଛେଚି ବିଭତ୍ସ ହତ୍ୟା କଲା ସଇତନା ସ୍ୱାମୀ ଧର୍ମେନ୍ଦ୍ର l
ଦୀର୍ଘ ଦୁଇଦିନ ଧରି ପରିବାର ଲୋକେ ଲକ୍ଷହୀରାଙ୍କୁ ଖୋଜାଖୋଜି କରି ଶେଷରେ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ କ୍ଷତାକ୍ତ ମୃତଦେହ ଠାବ କଲେ ପରେ ଥାନାକୁ ସୂଚନା ଦେଇଥିଲେ, ସୂଚନା ପାଇ ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ଅଧିକ ତଦନ୍ତ ଚଲାଇଛି, ତେବେ ପ୍ରାଥମିକ ତଦନ୍ତରୁ ଏହା ପରକ୍ରିୟାପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଣା ପଡିଛି ।

No Result
View All Result