ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଗଜପତି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚୟତ ରେ ଦୀର୍ଘ ଦିନ ଧରି ବିଦ୍ୟୁତ ର ସମସ୍ୟା ଦେଖା ଦେବାରେ ଲାଗିଛି ଗ୍ରାମରେ କୌଣସି ବିଦ୍ୟୁତ ବିଭାଗ କର୍ମଚାରୀ ରହୁ ନ ଥିବା ଯୋଗୁ ବିଦ୍ୟୁତ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗାଇବା ଗ୍ରାମର ଲୋକମାନେ କହିବା ଅନୁସାରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ବିଦ୍ୟୁତ୍ ଲାଗି ରହିଥିବା ସମସ୍ୟା ସ୍ଥଳ ପାଖକୁ ନ ଆସି ଗ୍ରାମର କେତେକ ଲୋକ ମାନଙ୍କୁ କିଛ ଟଙ୍କା ଦେଇ କାମ କରିବା ପାଇଁ ପଠାଇ ସେମାନଙ୍କୁ ବିପଦ ମୁହଁ କୁ ପଠାଉ ଥିବା ଜଣା ପଡ଼ିଛି । ବିଦ୍ୟୁତ ବିଭାଗ ର ଖାମଖିଆଲ ମାନଭାଵ ଯୋଗୁଁ ଦୁଇ ବର୍ଷ ରେ ଦୁଇ ଜଣ ନିରୀହ ବ୍ୟକ୍ତି ବିଦ୍ୟୁତ କାମ କରିବାକୁ ଯାଇ ନିଜ ନିଜ ଜୀବନ ହରାଇଛନ୍ତି । ଏହା ପୂର୍ବରୁ ଏକ ଗାଈ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରି ଥିବା ଜଣା ପଡ଼ିଛି ।
ଗାଇବା ଗ୍ରାମରେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ ବିଭାଗର ଏ ଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ବେଖାଥିରି ମନୋଭାବ ଯୋଗୁଁ ମୁଖ୍ୟ ରାସ୍ତା ପାର୍ଶ୍ବରେ ପୋଲ ରେ ଯାଇଥିବା ବିଦ୍ୟୁତ୍ ତାର କୁ ତାର ଲାଗି ନିଆଁ ବାହାରୁଛି । ତାରରୁ ନିଆଁ ଲାଗୁଥିବା ଦେଖି ଗ୍ରାମ ବାସି ଭୟଭୀତ ହୋଇ ରହିଛନ୍ତି । ଉପରୋକ୍ତ ସମସ୍ୟାର ସମାଧନ ପାଇଁ ଗ୍ରାମବାସି ମାନେ ବିଦ୍ୟୁତ ବିଭାଗର କର୍ମଚାରି ମାନଙ୍କୁ ଅଭିଯୋଗ ଦେଇ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ଏହାର ପ୍ରତିକାର କରିବା ପାଇଁ ଆଜି ସୁଦ୍ଧା କୌଣସି ପଦକ୍ଷେପ ବିଦ୍ୟୁତ ବିଭାଗ ପକ୍ଷରୁ ନିଆ ଜାଇ ନାହିଁl ବିଦ୍ୟୁତ ବିଭାଗ ର କର୍ମଚାରୀ ମାନଙ୍କ ଏ ଭଳି ଅବହେଳା ଯୋଗୁଁ ଆଗାମୀ ଦିନରେ ଆଗକୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ନେଇ ଗ୍ରାମବାସୀ ଆସଙ୍କା କରୁଛନ୍ତି l ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଗାଇବା ଗ୍ରାମ ବାସୀ ଦାବି କରିଛନ୍ତି । (ପାରଳାଖେମୁଣ୍ଡି /ଗରୁଡ଼ ଧ୍ଵଜ ଚୌଧୁରୀ)