୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଆଜି ମାସିକ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଶୁଣାଣୀ ପାଇଁ ସମୂଦାୟ ୯୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥି ମଧ୍ୟରୁ ୮୬ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୧୨ ଟି ସାମୂହିକ ଅଭିଯୋଗ ଥିଲା। ମୂଖ୍ୟତଃ, ରାସ୍ତାଘାଟ, ପାନୀୟ ଜଳ, ନେଟୱାର୍କ, ଆବାସ ଯୋଜନା ସମ୍ପର୍କିତ ଅଭିଯୋଗ ଆସିଥିଲା । ଜିଲାପାଳ ଅମ୍ରିତ ଋତୁରାଜ ବ୍ୟକ୍ତିଗତ ଭାବେ ସମସ୍ତ ଅଭିଯୋଗର ଶୁଣାଣୀ କରି ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏ ଅବସରରେ ବିଭିନ୍ନ ସହାୟତା ବାବଦରେ ୮ ଜଣ ହିତାଧିକାରୀଙ୍କୁ ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୪ ହଜାର ଟଙ୍କା ଓ ୩ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୨୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ଅଭିଯୋଗ ଶୁଣାଣୀରେ ଆରକ୍ଷୀ ଅଧୀକ୍ଷକ ହରିଶ ବି ସି , ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।