No Result
View All Result
୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରୀ l ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ | ଘନ କୁହୁଡ଼ି ସହ ପୁଣି ଫେରିଛି ଶୀତ, ଦିନ ଦଶଟା ଯାଏଁ କମୁନି କୁହୁଡି l ବାଲିଗୁଡା ତଥା ଏହାର ଆଖପାଖ କୋଟଗଡ଼,ଦାରିଙ୍ଗବାଡି, କ.ନୁଆଗାଁ,ବେଲଘର, ତୁମୁଡ଼ିବନ୍ଧ, ରାଇକିଆ, ଟିକାବାଲି, ଚକାପାଦ ଜି ଉଦୟଗିରି ଅଞ୍ଚଳର ବିଭିନ୍ନ ଉପାନ୍ତ ଅଞ୍ଚରେ ବଢ଼ିଲାଣି ଶୀତ | ଶୀତୁଆ ସକାଳରେ ଚା’ ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି | ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ । ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି |
ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି । ଦିନ ଦଶଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଥିବାରୁ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ଅଧରାତିରୁ ନିଆଁ ଜାଳି ନିଆଁର ଆଶ୍ରୟ ନେଉଛନ୍ତି | ରାସ୍ତା ରେ କୁହୁଡ଼ି ପାଇଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି l ଯାନବାହାନ ସବୁ ଲାଇଟ୍ ଜାଳି ଯାତାୟତ କରୁଛନ୍ତି l ଶୀତରୁ ବର୍ତ୍ତିବା ପାଇଁ ଲୋକେ ଗରମ ଗରମ ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି l ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି, ବେଲଘର ଲୁଦୁ ଜଳପ୍ରପାତ,ସାପ ନଳା,ମଣ୍ଡାସୁର ଭଳି ବିଭିନ୍ନ ଅଞ୍ଚଳର ପ୍ରାକୃତିକ ବିଭବ ଅତି ନିକଟରୁ ଦେଖିବାକୁ ପର୍ଯ୍ୟଟକଙ୍କ ନୂତନ ବର୍ଷ ଆରମ୍ଭରୁ ସୂଅ ଛୁଟିଲାଣି |
ଶୀତ ଯୋଗୁଁ ଗରିବ ଓ ଶ୍ରମଜୀବି କର୍ମ କ୍ଷେତ୍ରକୁ ଯାଇ ପାରୁ ନାହାନ୍ତି, ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣିଂ ଓ୍ବାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍, ପାର୍କ, ରାସ୍ତା ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି | ଶୀତ ଆସିବା କ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ବର୍ଷା ଛାଡିବା ଆକାଶ ମେଘ ମୁକ୍ତ ହୋଇ ନୀଳ ଆକାଶରେ ପରିଣତ ହେବା ସହ ଆକାଶରେ ମଝିରେ ମଝିରେ ମେଘ ଖଣ୍ଡ ସବୁଜ ପରିବେଶ କୁ ଆହୁରି ଆକର୍ଷିତ କରୁଛି। ରାସ୍ତାକଡ଼ ଝରଣାର ଦୃଶ୍ୟ ସବୁଜିମା ବୃକ୍ଷରାଜି ବିରାଟ ପାହାଡ଼ ପର୍ବତ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ବେଶ ଆନନ୍ଦ ଦେଉଥିବା ଦେଖିବାକୁ ମିଳିଛି।
ରାସ୍ତାରେ ଯାତାୟାତ କଲାବେକେ ଲୋଭନୀୟ ମନୋରମ ଦୃଶ୍ୟ ଦେଖି ଯାତ୍ରୀମାନେ କିଛି ସମୟ ଅଟକି ଯାଇ ପ୍ରକୃତିର ମଜା ଉଠେଇବା ସହ ନିଜ ନିଜ ମୋବାଇଲରେ କିଛି ଫୋଟ ଉତ୍ତୋଳନ କରି ବେଶ ଆନନ୍ଦିତ ହେଉଛନ୍ତି। ଗତ କିଛିଦିନ ହେଲା ପାଗ ଶୁଖିଲା ରହିବା ସହ ସକାଳ ଓ ସଂଧ୍ୟା ସମୟରେ ପ୍ରବଳ ଶୀତ ଅନୁଭୂତି ହେଉଛି । ମଧ୍ୟରାତ୍ରିରୁ ଭୋର ମଧ୍ୟରେ ଅଧିକା ଶୀତ ପଡିବା ସହ ସକାଳର କୁହୁଡି ଶୀତକୁ ଦ୍ବିଗୁଣିତ କରୁଛି । ବର୍ତମାନ ବର୍ଷା ଛାଡିବା ପରେ ପର୍ଯ୍ୟଟନର ଋତୁ ଆରମ୍ଭ ହୋଇ ଯାଇଛି । କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବାହାର ଜିଲ୍ଲା ଏବଂ ବାହାର ରାଜ୍ୟର ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି ।


No Result
View All Result