ବାଙ୍କୀ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମପଂଚାୟତର ମାଇକେଲ୍ ନାମରେ ପରିଚିତ ବିନୋଦ ବେହେରା ନିଜସ୍ୱ ଅଞ୍ଚଳ ସହିତ ଅନେକ ଗ୍ରାମରେ ଡ୍ରାମା ଓ ଯାତ୍ରାପାର୍ଟି , ମହୋତ୍ସବ ଆଦି ସ୍ଥାନଗୁଡିକକୁ ଯାଇ ରାତିତମମାମ ନାଟକ ଗୁଡିକର ସୋସିଆଲ୍ ମିଡିଆ ଦ୍ୱାରା ସିଧା ପ୍ରସାରଣ ଲାଇଭ୍ କରି ଚର୍ଚ୍ଚାରେ ରହିଥାନ୍ତି । ଏପରିକି ରାଜ୍ୟର ଅନେକ ଜିଲ୍ଲା ଗ୍ରସ୍ତ କରି ଏହିପରି ଯାତ୍ରା କଳାକୁ ନିଜର ମୋବାଇଲ୍ ମାଧ୍ୟମରେ ଫେସ୍୍ବୁକକ୍ ଲାଇଭ୍ ଦ୍ୱାରା ଚର୍ଚ୍ଚାରେ ରହିଥାନ୍ତି । ଏଥିପାଇଁ ତାଙ୍କ୍ୁ ଅନେକ ସମ୍ମାନ ପ୍ରଦାନ ସହିତ ଶୁଭେଚ୍ଛା ଓ ଶୁଭ କାମନାର ସୁଅ ଛୁଟିଥାଏ ।ନୂତନ ବର୍ଷ ନୂଆ ରୂପରେ ମାଇକେଲ୍ ତାଙ୍କର ଯାତ୍ରା ଆରମ୍ଭ କରିବା ସହିତ କଳା, ସଂସ୍କୃତିକୁ ଉଦ୍ଜୀବୀତ ରଖିବାର ଲକ୍ଷ୍ୟ ନେଇ ସାଇକେଲ୍ ଯାତ୍ରା ଆରମ୍ଭ କରିଛନ୍ତି ।

© 2023 Odisha Taza News.