ରାୟଗଡ଼ା ଠାରେ ଏକ ନୂତନ ରେଳ ଡ଼ିଭିଜନ ଗଠନ ହେବା ସ୍ୱାଗତଯୋଗ୍ୟ କିନ୍ତୁ ୱାଲଟିୟର ଡ଼ିଭିଜନର ମୁଖ୍ୟାଂଶକୁ ଆନ୍ଧ୍ର ପ୍ରଦେଶରେ ଗଠିତ ହେଉଥିବା ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ?

0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ପୂର୍ବତଟ ରେଳ ଜୋନ୍(ECoR)ର ୱାଲଟିୟର ଡ଼ିଭିଜନ ସମ୍ପର୍କରେ ପୂର୍ବରୁ ଆପଣଙ୍କୁ ଏକ ପତ୍ର ମାଧ୍ୟମରେ ସମସ୍ତ କଥା ଉଲ୍ଲେଖ କରିଥିଲି । ଏବେ ଜାଣିବାକୁ ପାଇଲି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ୬ ତାରିଖରେ ୱାଲଟିୟର ଡ଼ିଭିଜନର ଓଡ଼ିଶା ଅଂଶକୁ ନେଇ ଏକ ନୂତନ ରେଳ ଡ଼ିଭିଜନ ରାୟଗଡ଼ା ଠାରେ ପ୍ରତିଷ୍ଠା କରିବା ପାଇଁ ଭିତିପ୍ରସ୍ଥର ଦେବେ । ରାୟଗଡ଼ା ଠାରେ ଏକ ନୂତନ ରେଳ ଡ଼ିଭିଜନ ଗଠନ ହେବା ସ୍ୱାଗତଯୋଗ୍ୟ କିନ୍ତୁ ୱାଲଟିୟର ଡ଼ିଭିଜନର ମୁଖ୍ୟାଂଶକୁ ଆନ୍ଧ୍ର ପ୍ରଦେଶରେ ଗଠିତ ହେଉଥିବା ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ? ଦକ୍ଷିଣତଟ ରେଳ ଜୋନ୍ (ECoR) ଯାହା ଆନ୍ଧ୍ର ପ୍ରଦେଶରେ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଯାଉଛି ।

ସେହି ଜୋନ୍ରେ ୩ଟି ଡ଼ିଭିଜନ ଅଛି - ବିଜୟୱାଡ଼ା, ଗୁନ୍ଟୁର, ଗୁନ୍ଟାକଲ ଡ଼ିଭିଜନକୁ ନେଇ ଗଠିତ ହେବାରେ କୌଣସି ଆପତିି ନାହିଁ କିନ୍ତୁ ପୂର୍ବତଟ ରେଳ ଜୋନ୍(ECoR)ରୁ ୱାଲଟିୟର ଡ଼ିଭିଜନକୁ ନେଇ ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ? ଯଦ୍ୱାରା ପୂର୍ବତଟ ରେଳ ଜୋନ୍ (ECoR) ଯାହା ଦେଶର ୧ ନମ୍ବର ରେଳ ଜୋନ୍ ତାହା ୧୦ ନମ୍ବରକୁ ଖସିଯିବ । ପୂର୍ବତଟ ରେଳ ଜୋନ୍ (ECoR) ୧୯୯୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳକୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଲାଭ ଦେଇଛି । ଦେଶର ୧ ନମ୍ବର ରେଳ ଜୋନ୍ ଯିଏ ପ୍ରତି ବର୍ଷ ୨୦ ରୁ ୨୫ ହଜାର କୋଟି ଟଙ୍କାର ଲାଭ ଦେଇ ଚାଲିଛି ା

ଏହି ୱାଲଟିୟର ଡ଼ିଭିଜନ ଏଥିରୁ ଅଲଗା ହେଲେ ପୂର୍ବତଟ ରେଳ ଜୋନ୍ (ECoR) ଏକ ପ୍ରକାର ପଙ୍ଗୁ ହୋଇଯିବ । ଦେଶର ଏକତା ଓ ଭାଇଚାରାକୁ ଆଗକୁ ନେବାରେ ରେଳବାଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଚାଲିଛି । ରେଳ ଜୋନ୍ ପ୍ରତିଷ୍ଠାକୁ ରାଜ୍ୟ କୈନ୍ଦ୍ରିକ କରିବା ଦ୍ୱାରା କେବଳ ରେଳବାଇ ପାଇଁ ନୁହେଁ, ଏହା ଦେଶ ପାଇଁ ଆଦୌ ଉଚିତ୍ ନୁହେଁ । ଯଦ୍ୱାରା ଆଞ୍ଚଳିକ ବିବାଦ ରାଜ୍ୟ-ରାଜ୍ୟ ମଧ୍ୟରେ ସୃଷ୍ଟି ହେବ ା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ୱାଲଟିୟର ଡ଼ିଭିଜନକୁ ଆନ୍ଧ୍ର ପ୍ରଦେଶର ଚାପରେ ଆନ୍ଧ୍ରର ନୂତନ ରେଳ ଜୋନ୍ରେ ମିଶାଇ ପୂର୍ବତଟ ରେଳ ଜୋନ୍ (ECoR)କୁ ପଙ୍ଗୁ କରାନଯାଉ ଏହାକୁ ଦୃଢ଼ ଭାବେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣନ୍ତୁ । ଯଦି ପ୍ରଧାନମନ୍ତ୍ରୀ ଏ ପ୍ରସ୍ତାବକୁ ଗ୍ରହଣ ନ କରୁଛନ୍ତି, ତେବେ ଓଡ଼ିଶାର ଯେଉଁ ଅଞ୍ଚଳ ଯଥା - ସୁନ୍ଦରଗଡ଼ - ଝାରସୁଗୁଡ଼ା - ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ପୂର୍ବତଟ ରେଳ ଜୋନ୍ (ECoR)ରେ ଏକତ୍ର କରି ଓଡ଼ିଶାରେ ଏକ ନୂତନ ଡ଼ିଭିଜନ ପ୍ରତିଷ୍ଠା କରାଯାଉ । ଏସମ୍ପର୍କରେ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ବୈଠକ ଡ଼ାକି ତୁରନ୍ତ ଏକ ପ୍ରସ୍ତାବ ଗ୍ରହଣ କରାଯାଉ ।