No Result
View All Result
0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ପ୍ରସିଦ୍ଧ ଶକ୍ତିପୀଠ ମା କରେଇଶୁଣି ପରିସରରେ ଆଞ୍ଚଳିକ ବାଲ୍ମିକୀ ଦାସ କୁଳ ମହାସଂଘ ପୂର୍ବଖଣ୍ଡ ତାଳୁକାର ୪ର୍ଥ ବାର୍ଷିକୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଛି । ପୂର୍ବଖଣ୍ଡ ତାଲୁକା ସଭାପତି ତଥା ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଭାକର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁରେନ୍ଦ୍ର ନାଥ ନାୟକ,
ଜିଲ୍ଲା ସଂଗଠକ ତଥା ଆଠଗଡ଼ ତାଲୁକା ସଭାପତି ଅମର ନାହାକ, ବଡଗଡ ତାଲୁକା ସଭାପତି ଜୁଗେନ୍ଦ୍ର ଦାସ ଓ ଧରାକୋଟ ତାଲୁକା ସମ୍ପାଦକ ଜିତେନ୍ଦ୍ର ନାହାକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗତ ୪ବର୍ଷର ଆୟ ବ୍ୟୟର ହିସାବରେ ଆଲୋଚନା ହେବା ସହ ପ୍ରତ୍ୟେକ ଗ୍ରାମକୁ ଏହାର ଚିଠା ପ୍ରଦାନ କରା ଯାଇଥିଲା ।
ଏଥି ସହିତ କୁଳ ସମାଜର ପୁଅ ଓ ଝିଅଙ୍କ ବିଭିନ୍ନ ସୁବିଧା ଅସୁବିଧା ନେଇ ଆଲୋଚନା ହୋଇଥିଲା । ଶେଷରେ ବିଶିକେଶନ ଦାସ, ସମ୍ପାଦକ ମିଥୁନ ଦାସ,ମୋହନ ଦାସ ଓ ସାଗର ଦାସଙ୍କ ସମେତ ୧୧୯ ଖଣ୍ଡ ଗ୍ରାମର ଯୋଗ୍ୟ ବିବେଚିତ କନିଷ୍ଠ ଓ ବଶିଷ୍ଠ ସଭ୍ୟ,ସଭ୍ୟାଙ୍କୁ ଅଙ୍ଗବସ୍ତ୍ର ,ମାନପତ୍ର ଓ କପ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ମିଥୁନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result