• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଅବକାରୀ ବିଭାଗର ସଫଳତା :  ଅପମିଶ୍ରିତ ନକଲି ବିଦେଶୀ ମଦ ଚୋରା ଚାଲାଣ – ଜଣେ ଗିରଫ,ବିପୁଳ ମଦ ଜବତ

Proprietor Abhimanyu Maharana by Proprietor Abhimanyu Maharana
January 4, 2025
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ଅବକାରୀ ବିଭାଗର ସଫଳତା :  ଅପମିଶ୍ରିତ ନକଲି ବିଦେଶୀ ମଦ ଚୋରା ଚାଲାଣ – ଜଣେ ଗିରଫ,ବିପୁଳ ମଦ ଜବତ
Share on FacebookShare on TwitterWhatsapp

0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରୁ ନକଲି ବିଦେଶୀ ମଦ ଆଣି ହିଞ୍ଜିଳିକାଟୁ ଠାରୁ ପୁରୁଷୋତ୍ତମପୁର ସମେତ ନିକଟବର୍ତ୍ତୀ ଅଞ୍ଚଳକୁ ରପ୍ତାନୀ କରୁଥିଲେ। ଦୀର୍ଘ ୮ ମାସରୁ ଉର୍ଦ୍ଧ୍ଵ ସମୟ ଧରି କୈାଶଳ କରି ବ୍ୟବସାୟ କରି ଆସୁଥିଲେ। ଗତ କିଛି ମାସ ପୂର୍ବରୁ ହିଞ୍ଜିଳିକାଟୁ ଅଞ୍ଚଳର ଜୈନିକ ଯୁବକ ନକଲି ମଦ କାରବାରରେ ଲିପ୍ତ ଥିବା ନେଇ ଜିଲ୍ଲା ଅବକାରୀ ଅଧିକାରୀଙ୍କ ନିକଟରେ ଖବର ପହଞ୍ଚିଥିଲା। ଘଟଣାର ସତ୍ୟାସତ୍ୟ ନେଇ ବିଭାଗୀୟ ଅଧିକାରୀ ମାନେ ତୀକ୍ଷ୍ମ ନଜର ରଖିଥିଲେ।

ଶନିବାର ହିଞ୍ଜିଳିକାଟୁ ପୈାରାଞ୍ଚଳର ଜଣେ ଯୁବକ କୁରକୁରି ବଡ ପ୍ୟାକେଟରେ ନକଲି ମଦ ନେଇ ଇଲେକ୍ଟ୍ରି ଯାନ ଯୋଗେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡକୁ ଆଣିଥିଲେ। ଏକ ଘରୋଇ ଯାତ୍ରୀବାହୀ ବସ ଯୋଗେ ପୁରୁଷୋତ୍ତମପୁର ଅଞ୍ଚଳକୁ ପଠାଉଥିବା ବେଳେ ପୂର୍ବରୁ ଛକି ବସିଥିବା ଅବକାରୀ ବିଭାଗୀୟ ଅଧିକାରୀ ମାନେ ସଂପୃକ୍ତ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଶନିବାର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀଣ ପ୍ରଧାନଙ୍କ ନିର୍ଦ୍ଦେଶରେ ଅବକାରୀ ଉପ ଅଧୀକ୍ଷକ ସ୍ୱାଧୀନ ସାହୁଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରୁ ଛତ୍ରପୁର,

ପୁରୁଷୋତ୍ତମପୁର ଓ ହିଞ୍ଜିଳିକାଟୁ ଅବକାରୀ ଅଧିକାରୀ ମିଳିତ ଚଢାଉ କରି ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକଙ୍କ ନିକଟରୁ ୧୭ ଲିଟର ୨୮୦ ମିଲି.ଲି ଅପମିଶ୍ରିତ ନକଲି ବିଦେଶୀ ମଦ ସହ ସେ ବ୍ଯବହାର କରିଥିବା ଏକ ଇଲେକ୍ଟ୍ରି ସ୍କୁଟରକୁ ଜବତ କରାଯାଇଛି। ସ୍ଥାନୀୟ ସହରର ଏକ ଘରୋଇ ଯାତ୍ରୀବାହୀ ବସ ଯୋଗେ ବିପୁଳ ପରିମାଣର ଅପମିଶ୍ରିତ ନକଲି ବିଦେଶୀ ମଦ ଚୋରା ଚାଲାଣ ବେଳେ ଅବକାରୀ ଅଧିକାରୀ ମାନେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗିରଫ ଯୁବକ ଜଣକ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ମାଣିକ ନଗର ୩ୟ ଲାଇନ୍ ର ବାସିନ୍ଦା ସୂର୍ଯ୍ୟନାରାୟଣ ପାତ୍ର (୩୭) ।

ଏନେଇ ଅବକାରୀ ବିଭାଗ ପକ୍ଷରୁ ପିଆର୍ କେଶ ନଂ ୭୩/୨୪-୨୫ ରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଅବକାରୀ ଉପ ଅଧିକ୍ଷକ ସ୍ଵାଧୀନ ସାହୁ ସୂଚନା ଦେଇଛନ୍ତି । ବିଭାଗୀୟ ସୂଚନା ଅନୁଯାୟୀ, ହିଞ୍ଜିଳିକାଟୁ ପୌରାଞ୍ଚଳ ମାଣିକ ନଗର ବାସିନ୍ଦା ସୂର୍ଯ୍ୟ ନାରାୟଣ ପାତ୍ର ବହୁ ଦିନ ଧରି ଅପମିଶ୍ରିତ ନକଲି ବିଦେଶୀ ମଦ ବ୍ୟବସାୟ କରୁଥିବା ନେଇ ବହୁ ପୁର୍ବରୁ ଜିଲ୍ଲା ଅବକାରୀ ବିଭାଗ ନିକଟରେ ସୂଚନା ଥିଲା । ସ୍ଥାନୀୟ ଅବକାରୀ ଥାନା ସହକାରୀ ନୀରିକ୍ଷକ ଓ କର୍ମଚାରୀ ମାନେ ବହୁ ଦିନ ଧରି ସୂର୍ଯ୍ୟ ନାରାୟଣଙ୍କ ଗତିବିଧି ଉପରେ ନଜର ରଖିଥିଲେ ।

ଶନିବାର ଏକ ଇଲେକ୍ଟ୍ରି ସ୍କୁଟର ଯୋଗେ ସୂର୍ଯ୍ୟ ନାରାୟଣ ନକଲି ବିଦେଶୀ ମଦ ଭର୍ତ୍ତି ଥିବା ଏକ ଜରି ବ୍ୟାଗ ଧରି ଘରୋଇ ଯାତ୍ରୀବାହୀ ବସ ନିକଟରେ ପହଁଚି ଥିଲେ । ବିଶେଷ ସୂଚନା ପାଇ ପୂର୍ବରୁ ପ୍ରସ୍ତୁତ ହୋଇ ଛକି ବସିଥିବା ମିଳିତ ଟିମ୍ ତାକୁ କାବୁ କରି ତା ନିକଟରୁ ୧୭ଲିଟର ୨୮୦ ମିଲି. ଲି ବିଦେଶୀ ମଦ ଜବତ କରିଥିଲେ । ଜବତ ବିଦେଶୀ ମଦ ମଧ୍ୟରେ ୨ବ୍ରାଣ୍ଡର ନକଲି ଓ ତାହା ଅପମିଶ୍ରିତ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ତଦନ୍ତ ବେଳେ ଦୀର୍ଘ ପ୍ରାୟ ୮ମାସ ଧରି ସେ ଏହି ବ୍ୟବସାୟ ଚଳାଇ ଥିବା ଅବକାରୀ ଅଧିକାରୀଙ୍କ ନିକଟରେ ସୂର୍ଯ୍ୟ ସ୍ବୀକାର କରିଛି

।  ଅପମିଶ୍ରିତ ନକଲି ବିଦେଶୀ ମଦ ବ୍ୟବସାୟର ପେଣ୍ଠସ୍ଥଳୀ ଭାବେ ଖ୍ୟାତି ଅର୍ଜ୍ଜନ କରିଥିବା ବ୍ରହ୍ମପୁର ଅଞ୍ଚଳରୁ ସେ ଏସବୁ ଆଣି ଘରୋଇ ଯାତ୍ରୀବାହୀ ବସ ଯୋଗେ ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟ ନଗର ଓ ଏହାର ଆଖପାଖ ଅଞ୍ଚଳର କିଛି ଦୋକାନୀଙ୍କ ସହଯୋଗରେ ଅବାଧ ଭାବେ କଳା କାରବାର କରୁଥିବା ସ୍ବୀକାର କରିଛି । ଚଢାଉ ବେଳେ ପୁରୁଷୋତ୍ତମପୁର ଅବକାରୀ ନିରୀକ୍ଷକ ଅଂଶୁମାନ ଜେନା, ସହକାରୀ ନିରୀକ୍ଷକ ଦେବାଶିଷ ମହାପାତ୍ର, ହିଞ୍ଜିଳିକାଟୁ ଅବକାରୀ ଥାନା ସହକାରୀ ନିରୀକ୍ଷକ ସୁମିତ୍ରା ବିଶି, ସହକାରୀ ନିରୀକ୍ଷକ ରବିନ୍ଦ୍ର ନାଥ ବିଶ୍ଵାଳ,ଅବକାରୀ କନଷ୍ଟେବଳ ଲୋଟେଶ୍ୱର ପ୍ରଧାନ, ଏସ. ଭୀମା ରାଓ, ପ୍ରଫୁଲ୍ଲ ଶବର, ଜଗତ ପାତ୍ର, ଲିଙ୍ଗରାଜ ମଲ୍ଲିକ ପ୍ରମୁଖ ସାମିଲ୍ ହୋଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

April 26, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version