୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆସନ୍ତା ଜାନୁଆରୀ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଗୀତା ଜ୍ଞାନଯଜ୍ଞ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ହେବ । ଏହି ଗୀତା ଜ୍ଞାନଯଜ୍ଞରେ ଆନ୍ତର୍ଜାତିୟ କ୍ରିୟାଯୋଗ ସଂସ୍ଥାର ଆଧ୍ୟାତ୍ମିକ ମୁଖ୍ୟ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଆଶୀର୍ବଚନ ପ୍ରଦାନ କରିବେ । ପ୍ରତ୍ୟହ ସନ୍ଧ୍ୟା ୫.୩୦ ରୁ ୬.୩୦ ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସଂନ୍ଧ୍ୟା ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ଗୀତା ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୬ ତାରିଖ ସକାଳ ୮ଟାରେ ଜୟଦେବ ବିହାର ନିକଟସ୍ଥ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟଠାରେ କ୍ରିୟାଯୋଗ ଦୀକ୍ଷା ଅନୁଷ୍ଠିତ ହେବ । ପ୍ରଜ୍ଞାନ ମିଶନର ସହ ସଂପାଦକ ସ୍ଵାମୀ ଅନିର୍ବାଣାନନ୍ଦ ଗିରି ନିକୋପାର୍କ ନିକଟସ୍ଥ "ଜୟ ଭାରତ ସମ୍ମିଳନୀ କକ୍ଷ"ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ।