୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା :-> ସମଗ୍ର ରାଜ୍ୟରେ ଶୀତ ତରଙ୍ଗ ପ୍ରବାହିତ ହେଵା ସହିତ ଓଡ଼ିଶା ର ଅନେକ ଅଂଚଳରେ ତାପମାତ୍ରାର ତୀବ୍ର ହ୍ରାସ ଘଟିଛି । ବର୍ଷର ପ୍ରଥମ ଦିନରୁ କେନ୍ଦ୍ରାପଡ଼ାରେ ଏକ ଅସାଧାରଣ ଏବଂ କଠିନ ଶୀତର ସମ୍ମୁଖୀନ ହେଉଛନ୍ତି ପୁରା କେନ୍ଦ୍ରାପଡ଼ା ବାସୀ । କାକର ପ୍ରବାହ ଯୋଗୁଁ ଗାଡ଼ି ଚଳାଚଳ ଠାରୁ ଆରମ୍ଭ କରି କୃଷି କାର୍ଯ୍ୟରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ୁଥିବା ଦେଖାଦେଇଛି ।
ଏହି ଶୀତରେ ଅନେକ ଚାଷୀ ମାନେ ମଧ୍ୟ ହାରାଶ ହୋଇ ପଡିଛନ୍ତି । ଚାଷୀ ଙ୍କ ବହୁତ ଫସଲ ପନିପରିବା ମଧ୍ୟ କଅଁଳୁ ନାହିଁ ଯାହା ଫଳରେ ଚାଷୀ ମାନେ ହତାଶ, ରାଜ୍ୟରେ ପ୍ରବାହିତ ପ୍ରଚଣ୍ଡ ଶୀତରେ ଏମିତି ବି କିଛି ଗରିବ ଲୋକଙ୍କ ପାଖରେ ରହିବା ପାଇଁ ଭଲ ଘର ଓ କମ୍ବଳ ଖଣ୍ଡେ ନାହିଁ ।


















