No Result
View All Result
0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ପବିତ୍ର ଇଂରାଜୀ ନୂଆବର୍ଷ ଅବସରରେ ବୁଧବାର କନ୍ଧମାଳ ଜିଲାର ବିଭିନ୍ନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଲଭିବାକୁ ସକାଳୁ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଥିଲା । କନ୍ଧମାଳ ଜିଲ୍ଲାର ବିଭିନ୍ନ ଆରାଧ୍ୟା ଦେବୀ ମା’ ପାଟଖଣ୍ଡା, ବରାଳ ଦେବୀ, ବଲସ କୁମ୍ପା, ଡୁଙ୍ଗୀ ପୀଠ ସମେତ ଶ୍ରୀ ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର, ଧବଳେଶ୍ୱର ମନ୍ଦିର ଭଳି ବିଭିନ୍ନ ଦେବା ଦେବୀ ପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା ।
ଏତଦ ବ୍ୟତୀତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି, ଲୁଦୁ ଜଳ ପ୍ରପାତ, ସହିତ ନିକଟସ୍ଥ ପାର୍କରେ ବର୍ଷର ପ୍ରଥମ ଦିନଟି ପରିବାର, ସାଙ୍ଗସାଥିଙ୍କ ସହ ଖୁସି ମନେଇବାକୁ ବହୁ ଦୂର ଦୂରାନ୍ତରୁ ଲୋକେ ଆସି ବୁଲୁଥିବା ପରିଲକ୍ଷିତ ହୋଇଛି । ଆଜି କାର୍ଯ୍ୟ ଦିବସ ହେଇଥିଲେ ମଧ୍ୟ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଉପସ୍ଥାନ କମ୍ ରହିଛି ।
ଆଜି ଇଂରାଜୀ ନୂଆ ବର୍ଷର ପ୍ରଥମ ଦିନ ହିଁ ବୁଧବାର ହୋଇଥିବାରୁ ଆମିଷ ପ୍ରିୟ ଜନସାଧାରଣଙ୍କ ପାଇଁ ବହୁତ ଖୁସିର ଦିନ ହୋଇଥିଲା l ସକାଳୁ ସକାଳୁ ଦେଶୀ ମଟନ, ଚିକେନ, ମାଛ, ଅଣ୍ଡା ଓ ଶୁଖୁଆ ଦୋକାନରେ ଏବଂ ନିରାମିଷ ଜନସାଧାରଣ ଙ୍କ ପାଇଁ ଛତୁ ପନିର ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l ଏତଦ ବ୍ୟତୀତ ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ଭଳି ବିଭିନ୍ନ ସ୍ଥାନରେ ଏକତ୍ରିତ ଭୋଜି ଭାତର ଆସର ଜମି ଥିବା ଦେଖିବାକୁ ମିଳିଥିଲା l
No Result
View All Result