ପଲ୍ଲୀଭାରତ ସାରସ୍ବତ ପରିଷଦର ସଭାପତି ତଥା ପ୍ରାଚୀ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ହଂସନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ଏଥିରେ ଉଦଘାଟକ ଭାବେ ଅଖିଳ ଭାରତ ବ୍ରାହ୍ମଣ ମହାସଭାର ସଭାପତି ମହନ୍ତ ଶ୍ରୀ ପର୍ଶୁରାମ ଦାସଜୀ ମହାରାଜ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଉକ୍ତ ଉତ୍ସବରେ ମାନ୍ୟବର ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଧନଞ୍ଜୟ ସ୍ୱାଇଁ ମୁଖ୍ୟବକ୍ତା
ଏବଂ ସମ୍ମାନୀତ ଅତିଥି ଭାବେ ପୂର୍ବତନ ରାଜ୍ୟ ପ୍ରକଳ୍ପ ସଂଯୋଜକ ଓ ସଂସ୍କୃତି ବିଭାଗ ଶ୍ରୀଯୁକ୍ତ ବାସୁଦେବ ମାଲବିଶୋଇ ଏବଂ ଓଡିଶା ହାଇକୋର୍ଟର ଆଇନଜିବୀ ସୁମନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସଂଗଠନର ବିଭିନ୍ନ ଆଭିମୁଖ୍ୟ ସଂପର୍କରେ ସୁ ଚିନ୍ତିତ ମତାମତ ଦେଇଥିଲେ । ସଂସଦର କାର୍ଯ୍ୟକାରୀ ସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷାବିତ୍ ଶ୍ରୀଯୁକ୍ତ ଅଶୋକ କୁମାର ରାୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ବିଜୟ କୁମାର ମିଶ୍ର ଅନୁଷ୍ଠାନର ବାର୍ଷିକ ଦିବରଣୀ ପାଠ କରିଥିଲେ ।
ଆୟୋଜିତ ଉତ୍ସବରେ ଶିକ୍ଷାବିତ୍ ଡ. ଧୂରେନ୍ଦ୍ର ନନ୍ଦ, ଶ୍ରୀନାରାୟଣ ଯୋଗ ବିଦ୍ୟାଳୟର ଅଧ୍ୟକ୍ଷ – ହରିଚରଣ ଦାସଜୀ ମହାରାଳ, ଜୟଦେବ ଗବେଶିକା ଶ୍ରୀମତୀ ବୈଜୟନ୍ତିମାଳା ବାରିକ, ଜାତୀୟ ପୁରସ୍କାର ପ୍ରାପ୍ତ ନାଟ୍ୟଗୁରୁ ବିନୋଦ ବିହାରୀ ଦାଶ ଏବଂ ବିଧାନସଭା ସାମ୍ବାଦିକ ତଥା ଓଡ଼ିଶା ତାଜା ନ୍ୟୁଜ୍ ର ଏଡିଟର ଅଭିମନ୍ୟୁ ମହାରଣା ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଧାରୀଙ୍କୁ ଅନୂଷ୍ଠାନ ପକ୍ଷରୁ ସମ୍ବନ୍ଧିତ କରାଯାଇଛି ।
ଏହି ଉତ୍ସବରେ ପଲ୍ଲୀଭାରତ ପରିଷଦର କାର୍ଯ୍ୟକାରୀ ସଂପାଦକ ବିନୋଦ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଇନଜିବୀ ଅବଦୁଲ ଦାରୀ ଓ କ୍ଷଣପ୍ରଭା ମହାନ୍ତି ମଞ୍ଚ ପରିଚାଳନା କରିଛନ୍ତି । ଏଥିରେ ଦେବରାଜ ସେନାପତି କବିତା ପାଠୋତ୍ସବକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ବିଶିଷ୍ଟ ଯାଦୁକର ବିଧୁଭୂଷଣ ନାୟକଙ୍କ ଦ୍ୱାରା ଚିତାକର୍ଷକ ଯାଦୁ କଳା ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବକୁ ପରିଷଦର ବରିଷ୍ଠ କର୍ମକର୍ତ୍ତା ପ୍ରଫୁଲ୍ଲ ସାହୁ, ପ୍ରଦୀପ୍ତ କୁମାର ନନ୍ଦ, ଗୌତମ ବିହାରୀ, ପ୍ରତାପ ଜେନା, ପ୍ରସନ୍ନ ପାତ୍ର, ମଳୟ ରାଉତ, ବିଜୟା ନନ୍ଦିନୀ ଲେଙ୍କା,
ସଂଧ୍ୟାରାଣୀ ଦାସ, ରାଘବ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ପାତ୍ର, ରଶ୍ମୀ ସାମଲ, ସଞ୍ଜୟ ପାତ୍ର ଏବଂ ପଶ୍ଚିମ ଓଡିଶାର ଗୋଲାପ ଜେନା, ଅମିଲ ପୁଟେଲ, ରତ୍ନାକର ସାହୁ, ମୀନକେତନ ପ୍ରଧାନ, ନିର୍ମଳା ଏକା, ମଧୁସ୍ମିତା ସିଂହ ତଥା ନୂତନ କର୍ମକର୍ତା ଭାବେ ଚନ୍ଦ୍ରଶେଖର ସାମଲ, ବିବେକାନନ୍ଦ ବେଉରା, ଅଶୋକ କୁମାର ନାୟକ ଓ ମୁଖ୍ୟ ଉପଦେଷ୍ଟା ଭାବେ ଅବିଭକ୍ତ ପୁରୀ ଜିଲ୍ଲାର ହରପ୍ରସାଦ ଜେନାଙ୍କୁ ସଂଘ ଗ୍ରହଣ କରିଛି ।
© 2023 Odisha Taza News.