No Result
View All Result
୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ହିନ୍ଦୁ ପରମ୍ପରାରେ ମହିଳା ଓ କୁମାରୀମାନେ ଆଜିର ଦିନରେ ବଉଳ ଗଛ ମୂଳରେ ବସି ବନ୍ଧୁତ୍ୱ ସ୍ଥାପନ କରିଥାନ୍ତି । ବିଶେଷ କରି ବନ୍ଧୁତ୍ୱ ସ୍ଥାପନ ନିମନ୍ତେ ବଉଳ ଗଛ ମୂଳରେ କିମ୍ବା ଆମ୍ବ ଗଛମୂଳରେ ତୁଳସୀ, ବେଲ ଓ ଭୋଗରାଗ କରି ପୂଜା କରିଥାନ୍ତି । ଏହି ପରମ୍ପରା ବହୁ ଆଗରୁ ଆମ ସନାତନ ଧର୍ମରେ ପ୍ରଚଳିତ ହୋଇ ଆସୁଛି ।
ବିଶେଷ କରି ପ୍ରକୃତିର ବଉଳ ଓ ଆମ୍ବଗଛ ବସନ୍ତ ଋତୁ ସମୟରେ ପ୍ରକୃତିକୁ ସ୍ୱାଗତ କରିବା ସହିତ ଆମ୍ବଗଛରେ ବଉଳ ଅଙ୍କୁରିତ ହୋଇଥାଏ ବୋଲି ପରିବେଶବିତ୍ ତଥା ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ପ୍ରକାଶ କରିଥିଲେ । ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଆଜିର ଦିନରେ ବଉଳ ଗଇଁଠା ପୂଜା ହୋଇଥାଏ । ଏହି ଅବସରରେ ସମସ୍ତଙ୍କ ଜୀବନରେ ମଧୁମୟ ବସନ୍ତ ଆଗମନ ହୋଇଥାଏ ବୋଲି କିମ୍ବଦନ୍ତୀ ରହିଛି ।
No Result
View All Result