No Result
View All Result
୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :– ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମ ପଞ୍ଚାୟତର ମା କାଳିକା କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ବାର୍ଷିକ ଉତ୍ସବ ପାଳିତ ହୋଇସାରିଛି l ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଠଟି କ୍ରିକେଟ ଟିମ୍ କୁ ନେଇ କ୍ରୀଡା ଆରମ୍ଭ ହୋଇଥିଲା l ଆଜି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସ l ଆଜି ଗଡମାଣିତିରି ଏବଂ ପଣ୍ଡାଳମ ମଧ୍ୟରେ ଖେଳ ହୋଇଥିଲା ଖେଳ ସେଷରେ ଗଡମାଣିତିରି ବିଜୟl ଲାଭ କରିଛି ବ୍ୟାଟ ବଲ କୁ ନେଇ ମହାସମର l
ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦିପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସୁବୁଦ୍ଧି, ଯୁବ ସମାଜ ସେବୀ ଶ୍ରୀଯୁକ୍ତ ବେଣୁଧର ପ୍ରଧାନ ଓ ଯୁବ ସମାଜ ସେବୀ ବୁଲୁ ଖାଁ ଏହି ଖେଳରେ ଯୋଗଦେଇ ଖେଳାଳି ଏବଂ ଦର୍ଶ୍ରକ ଙ୍କୁ ଉସ୍ରାହିତ
କରିବା ସଙ୍ଗେ ସଙ୍ଗେ ସମାଜ ସେବୀ ଶ୍ରୀଯୁକ୍ତ ବୁଲୁ ଖାଁଙ୍କ ଦ୍ବାରା ଅସାହ୍ୟ ଗରିବ ବୃଦ୍ଧା ଏବଂ ଭିର୍ଣ୍ଣକ୍ଷମ ମାନଙ୍କ ପାଇଁ କମ୍ବଳ ବଣ୍ଟନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ଟୁର୍ଣ୍ଣାମେଣ୍ଟ ରେ ମାଁ କାଳିକା କ୍ରିକେଟ ଟୁର୍ଣ୍ଣାମେଣ୍ଟର ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବରାଳ ଏବଂ ସମସ୍ତ ସଦସ୍ୟ ବୃନ୍ଦ ଏହି ଟୁର୍ଣ୍ଣାମେଣ୍ଟ ଟିକୁ ଭଲରେ ଆରମ୍ଭ କରି ଶେଷରେ ସମାପ୍ତ କରି କିପରି ଆଗକୁ ଏହି ଟୁର୍ଣ୍ଣାମେଣ୍ଟ ବଢିବ ତାହା ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l
No Result
View All Result