No Result
View All Result
୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ଚରମ୍ପା ଭାରତୀୟ ତାଏକ୍ବୋଣ୍ଡୋ ର ଜନକ ତଥା ‘ତାଏକ୍ବୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ’, ଲକ୍ଷ୍ନୌ ର ସେକ୍ରେଟାରୀ ଜେନେରାଲ୍, ଡାଃ ଜିମ୍ମୀ ଆର୍ ଜାଗତିଆନି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବେଦଧ୍ବନୀ ମଧ୍ୟରେ ପ୍ରଦୀପ ପ୍ରଜ୍ଜଳନ କରି ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଡାଃ ଜାଗତିଆନି ତାଏକ୍ବୋଣ୍ଡୋ ସାମରିକ କଳାର ଉତ୍ପତ୍ତି, ମହତ୍ତ୍ଵ ଓ ଜନପ୍ରିୟତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଭାରତୀୟ ସେନାକୁ ଏହି ସାମରିକ କଳାରେ ତାଲିମ ଦେବା ପାଇଁ ଭାରତ ସରକାରଙ୍କ ଅନୁରୋଧ କ୍ରମେ ସେ ୧୯୭୭ ମସିହାରେ ଦକ୍ଷିଣକୋରିଆ ରୁ ଭାରତ ଆସିଥିଲେ। ଏବେ ଏହି କଳା ସର୍ବଭାରତୀୟ ।
ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ କାର୍ମେଲ୍ ସ୍କୁଲର ଅଧ୍ୟକ୍ଷା ସିଷ୍ଟର୍ ସେମା, ଜ୍ୟୋତି କନଭେଣ୍ଟ୍ ର ଅଧ୍ୟକ୍ଷ ଫାଦର୍ ଆଲେକ୍ସ୍, ସି.ଆଇ.ଏସ୍. ଏଫ୍. କମାଣ୍ଡାଣ୍ଟ୍ ଶ୍ରୀମତୀ ଶ୍ରାବଣୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ତାଓ କାର୍ଯ୍ୟନିର୍ବାହୀ ସଭାପତି ଅଧ୍ୟାପକ ବିଜୟ କୁମାର ଜେନା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ରବି ନାରାୟଣ ପାଣିଗ୍ରାହୀ ପ୍ରତିଯୋଗିତାର ବିବରଣୀ ପାଠ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଯୋଗେଶ୍ବର ମହନ୍ତ ।
ଚଳିତ ସଂସ୍କରଣରେ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କେଉଁଝର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ମାଲକାନଗିରି ଓ କିଟ୍ ବିଶ୍ବବିଦ୍ୟାଳୟ ରୁ ମୋଟ ୩୬୨ ପ୍ରତିଯୋଗୀ ଓ ବ୍ଲାକ୍-ବେଲ୍ଟ ନିମନ୍ତେ ୩୨ ଜଣ ପରୀକ୍ଷାର୍ଥୀ ଯୋଗ ଦେଇଛନ୍ତି। ‘ଖେରୋଗୀ’ ଓ ‘ପୁମସେ’ ବିଭାଗର ଉଭୟ ବାଳକ ଓ ବାଳିକା ବର୍ଗରେ ମୋଟ ୨୨୫ ଟି ଫାଇଟ୍ ପରିଚାଳନା ନିମନ୍ତେ କର୍ଣ୍ଣାଟକ ତାଏକ୍ବୋଣ୍ଡୋ ଆସୋସିଏସନ୍ ଅଧ୍ୟକ୍ଷ ଏମ୍. ସୁନ୍ଦରମ୍ ଆୟାର୍ ଙ୍କ ନେତୃତ୍ୱରେ ୩୫ ଜଣ ରେଫରୀ ଦାୟିତ୍ବ ଗ୍ରହଣ କରିଛନ୍ତି।
ଚମ୍ପିୟନସିପ୍ ପରିଚାଳନାରେ ସହଯୋଗ କରୁଛନ୍ତି ତାଓ ଉପସଭାପତି ରମେଶ ପ୍ରଧାନ, କୋଷାଧ୍ୟକ୍ଷା ସଂଘମିତ୍ରା ଦାଶ, ସଦସ୍ୟ ପବନ କୁମାର ଶର୍ମା, ଗୌରାଙ୍ଗ ସାମଲ, ଭୂପେନ୍ଦ୍ର ବେହେରା, ବିଦ୍ୟାଧର ବାରିକ, ବିଶାଲ୍ ଗୋପାଲ୍ ଲଖାନୀ, ଅଜୟ କୁମାର ଧଳ, ହରିହର ବେହେରା, ବିପିନ କୁମାର ସାମଲ, ଅଶୋକ କୁମାର ସାହୁ, ଧନେଶ୍ବର ଜେନା, ସୁରେଶ ନାୟକ, ହରିହର ବାରିକ, ସୁଧାକର ଜେନା, ସଦସ୍ୟା ଆଦ୍ୟାଶା ଦାସ ଓ ତାରିଣୀ ସାହୁ।
No Result
View All Result