
ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) 26.12.2019 ନୟାଗଡ :- ନୟାଗଡ ରେଳ ଷ୍ଟେସନ ଠାରେ ଗୁରୁବାର ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ ଓ ମହିପୁର ନୂତନ ରେଳ ଲାଇନର ଲୋକାର୍ପଣ ଏବଂ ମହିପୁର ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍-ନୟାଗଡ ଟାଉନ- ଖୋର୍ଦ୍ଧାରୋଡ ପାସେଞ୍ଜର ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ଲାଇନକୁ ଦଶପଲ୍ଲା ଯାଏ ରେଳ ଲାଇନ୍ ସଂପ୍ରସାରଣ କରାଯିବା ସହ ୨୦୨୩ ଡିସେମ୍ବର ସୁଦ୍ଧା ବଲାଙ୍ଗୀର ଯାଏ ରେଳ ଲାଇନ ସଂପ୍ରସାରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମବୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୫୦ କୋଟି ଟଙ୍କା ବ୍ୟୟରେ ନୟାଗଡରୁ ମହିପୁର ପର୍ଯ୍ୟନ୍ତ ୧୨ କିମି ବ୍ୟାପୀ ନୂଆ ରେଳ ଲାଇନ ଆରମ୍ଭ ନୟାଗଡବାସୀଙ୍କ ମନରେ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନା ଭରିଦେଇଛି । ଯେଉଁ ଚକରା ବିଶୋଇ, ବକ୍ସି ଜଗବନ୍ଧୁ ଓଡିଆ ଜାତି ପାଇଁ ଲଢେଇ କରିଥିଲେ ତାଙ୍କର ଲଢେଇ ଆଜି ସାର୍ଥକ ହେଉଛି ।

ଏହି ରେଳ ଲାଇନ ଦ୍ୱାରା ନୟାଗଡର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବଲାଙ୍ଗୀର-ଖୋର୍ଦ୍ଧା ରୋଡ୍ ରେଳ ଲାଇନକୁ ପଇସା ସେବେ ଆସିଲା ଯେବେ ରେଳ ଷ୍ଟେସନରେ ଚା’ ବିକ୍ରି କରୁଥିବା ପୁଅ ନରେନ୍ଦ୍ର ମୋଦି ଦେଶର ପ୍ରଧାନମବୀ ହେଲେ । ବଲାଙ୍ଗୀର–ଖୋର୍ଦ୍ଧା ରେଳ ଲାଇନ ସମୃଦ୍ଧ ଓଡିଶା ବା ନୂଆ ଓଡିଶାର ଉଦାହରଣ ।
ଏହା କେବଳ ଅର୍ଥନୀତିକୁ ବଢାଇବ ନାହିଁ ଓଡିଶାକୁ ଭାବାତ୍ମେକ ଭାବେ ଯୋଡିବାର ସବୁଠୁ ବଡ ରାସ୍ତା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ହେବା ପାଇଁ ଯାଉଛି ବୋଲି ସେ କହିଛନ୍ତି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ତିନୋଟି ରାଜ୍ୟ ସରକାର ସମ୍ବନ୍ଧିତ କାମ ଯଥା ଅବଶିଷ୍ଟାଂଶ ଜମି ଉପଲ୨ କରାଇବା, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ଓ ଅନ୍ୟାନ୍ୟ ବଳକା କାମ ପାଇଁ କ୍ଲିୟରାନ୍ସ ଦେଇ ଭାରତ ସରକାରଙ୍କୁ ପଠାଇ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା କ୍ଲିୟରାନ୍ସ କାମ ପୂର୍ଣ୍ଣାଙ୍ଗ ହେଲେ ନୟାଗଡରୁ ଦଶପଲ୍ଲା ଓ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ରେଳ ଲାଇନ ସମ୍ବନ୍ଧିତ କାମ ହେବ ।

ଏଥିରେ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟ ହେବ । ଏହାଦ୍ୱାରା ନୟାଗଡରେ ବିକାଶ ହେବା ସହ ଯୁବକଙ୍କ ରୋଜଗାର ବଢିବ ବୋଲି ସେ କହିଛନ୍ତି । ସେହିପରି ଓଡିଶାରେ ରେଳ ବିଭାଗର ପାଖାପାଖି ୧୦ ହଜାର କୋଟି ଟଙ୍କାର କାମ ହେଉଛି । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଛୋଟ ଛୋଟ ସହଯୋଗର ଆବଶ୍ୟକତା ରହିଛି । ଏହି ଉତ୍ସବରେ ନୟାଗଡ ବଧାୟକ ତଥା ମବୀ ଡ. ଅରୁଣ କୁମାର ସାହୁ ଉପସ୍ଥିତ ଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି