No Result
View All Result
୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ମହୋତ୍ସବ “ଅର୍ଜୁନ” – ୨୦୨୫ ପାଇଁ ପ୍ରସ୍ତୁତି ଚାଲିବା ସହ ଆଲୋଚନା, ପର୍ଯ୍ୟାଲୋଚନା , ସମୀକ୍ଷା ଓ ପରାମର୍ଶ ପାଇଁ ମହୋତ୍ସବ କମିଟି ସମ୍ପାଦକ ସ୍ବରାଜ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ରଣପୁର ମା ମଣୀନାଗ ମନ୍ଦିର ନିକଟସ୍ଥ ମା ମଣିନାଗ କଲ୍ୟାଣ ମଣ୍ଡପ ରେ ପୂର୍ବାହ୍ନ ବାରଟା ବେଳେ ଅନୁଷ୍ଠିତ ହୋଇ ଯାଇଛି ! ଏହି ବୈଠକ ରେ ରଣପୁର ବ୍ଳକ ଅଂଚଳରେ କାର୍ଯ୍ୟରତ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆର, ୱେବ୍ ମିଡିଆ, ସାଟେଲାଇଟ ମିଡିଆ ର ପ୍ରାୟ ଚାଳିଶି ଜଣ ସାମ୍ବାଦିକ ଯୋଗ ଦେଇଥିଲେ !
ଉକ୍ତ ବୈଠକରେ ବରିଷ୍ଠ ନାଗରିକ ବିଜୟ କୁମାର ଜେନା ସଭାପତିତ୍ବ କରିଥିଲା ବେଳେ ପୁରୀ ସାଂସଦ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ, ମହୋତ୍ସବ କମିଟି ଉପ ସଭାପତି ପରେଶ ଚନ୍ଦ୍ର ମିଶ୍ର, ସମ୍ପାଦକ ସ୍ବରାଜ ମହାନ୍ତି, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର, କମିଟି ସଦସ୍ୟ ମାନେ ଶୁଶାନ୍ତ କୁମାର ମିଶ୍ର, ସନ୍ତୋଷ କୁମାର ସାହୁ, ଆଶିଷ ଦାଶ, ଶିବ ପ୍ରସାଦ ମିଶ୍ର, ଦିନେଶ ପରିଡା, ରାଜ କିଶୋର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଶ୍ବରଂଜନ ଆଚାର୍ଯ୍ୟ ଆଦି ଯୋଗ ଦେଇ ଉପସ୍ଥିତ ସାମ୍ବାଦିକ ମାନଙ୍କ ସହ ବିସ୍ତୃତ ଆଲୋଚନା କରି ଥିଲେ ।
ଆଗାମୀ ପାଞ୍ଚ ଜାନୁଆରୀ ୨୦୨୫ ରୁ ଆରମ୍ଭ ହୋଇ ନଅ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ସବୁ ବର୍ଷ ଭଳି ପାଞ୍ଚ ଦିନ ଧରି ରଣପୁର ମହୋତ୍ସବ “ଅର୍ଜୁନ” ମହା ଆଡ଼ମ୍ବରରେ ପାଳିତ ହେବାକୁ ଯାଉଥିବା ବେଳେ ଆଇଶୃଙ୍ଖଳା, ଟ୍ରାଫିକ ସମସ୍ୟା, ସାଁସ୍କୃତିକ କାର୍ଯକ୍ରମ, ସଭା କାର୍ଯ୍ଯ, ପ୍ରଚାର ପ୍ରସାର , ଷ୍ଟଲ ମ୍ୟାନେଜମେଣ୍ଟ, ପ୍ରତିଭା ଚୟନ ଆଦି ଯେଭଳି ଶୃଙ୍ଖଳିତ ଭାବେ ପରିଚାଳିତ ହୋଇପାରିବ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଓ ଗ୍ରାମାଞ୍ଚଳରୁ ଆସୁଥିବା ଜନସାଧାରଣ ଯେଭଳି ସୁରୁଖୁରୁରେ ଯାତାୟାତ କରି ପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ପ୍ରସ୍ତାବ ଦେଇଥିବା ବେଳେ,
ମହୋତ୍ସବ ପରିଚାଳନା ସମସ୍ତ କମିଟିରେ ସାମ୍ବାଦିକ ମାନଙ୍କ ମଧ୍ୟରୁ ଜଣେ ବା ଏକାଧିକ ସାମ୍ବାଦିକ ମାନେ ପ୍ରତ୍ୟେକ୍ଷ ଭବେ ସହଯୋଗ କରିବା ପାଇଁ ବରିଷ୍ଠ ସାମ୍ବାଦିକ ତଥା ରଣପୁର ସାମ୍ବାଦିକ କମିଟି ନାମ ଚୟନ କରି ଦେବାକୁ ପ୍ରସ୍ତାବ ଦେଇଥିବା ଜଣା ପଡିଛି ! ମହୋତ୍ସବ କମିଟିର ସଭାପତି ତଥା ବାଚସ୍ପତି ସୁରମା ପାଢୀଙ୍କ ଅନୁପସ୍ଥିତିରେ କମିଟିର ଉପ ସଭାପତି ପରେଶ ଚନ୍ଦ୍ର ମିଶ୍ର , ସମ୍ପାଦକ ସ୍ବରାଜ ମହାନ୍ତି,ମହୋତ୍ସବ ପାଈଁ ପ୍ରାକ୍ ଆୟୋଜନ ବିଷୟରେ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ ।
ରଣପୁର ମହୋତ୍ସବ ସ୍ୱାଧୀନତା ସଂଗ୍ରାମୀ ତଥା ସହିଦ୍ ଲକ୍ଷ୍ମଣ ରାଉତଙ୍କ ଜନ୍ମ ଦିବସକୁ ପାଳନ କରିବା ସହ ସହିଦ୍ ରଘୁ, ଦିବାକରଙ୍କୁ ମନେ ପକାଇ ଏ ରଣପୁର ମାଟିର କଳା, ସ୍ଥାପତ୍ୟ, ଚାଲି ଚଳନ, ନୃତ୍ୟ, ଗୀତ, ପାରମ୍ପରିକ ପର୍ବ, ଶିକ୍ଷ୍ୟା, ସଂସ୍କୃତିକୁ ଉଦଜିବିତ କରିବା ଓ ଲୁକ୍କାୟିତ ପ୍ରତିଭା ମାନଙ୍କୁ ସର୍ବାଗ୍ରେ ପରିଚିତ କରାଇବା ଲକ୍ଷ୍ୟ ରଖି ୨୦୦୬ ମସିହାରୁ ଆରମ୍ଭ ହୋଇ ଅଠର ବର୍ଷ ଶେଷ ହୋଇ ଉଣେଇଶ ତମ ମହୋତ୍ସବ ପାଳନ କରିବାକୁ ଯାଉଛି । ଲୁକାୟିତ ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ବା ସର୍ଵ ସମ୍ମୁଖକୁ ଆଣିବା ସାମ୍ବାଦିକ ମାନେ ପ୍ରୟାସ କରି ମହୋତ୍ସବ କମିଟିର ଦୃଷ୍ଟି ଆକର୍ଷଣ ନିମନ୍ତେ ପ୍ରସ୍ତାବ ରଖା ଯାଇଛି ।
ନୟାଗଡ ଜିଲ୍ଲା ରେ ରଣପୁର ମହୋତ୍ସବ ପ୍ରଥମ କରି ତତ୍କାଳୀନ ସମବାୟ ମନ୍ତ୍ରୀ ତଥା ବର୍ତ୍ତମାନ ବାଚସ୍ପତି ସୁରମା ପାଢୀଙ୍କ ଦ୍ଵାରା ଆରମ୍ବ କରାଯାଇଥିବା ବେଳେ ଆସନ୍ତା ବର୍ଷ ୨୦୨୫ ମସିହାରେ ରାଜ୍ୟର ଏକ ଅଗ୍ରଣୀ ମହୋତ୍ସବ ଭାବି ପରିଗଣିତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ! ବରିଷ୍ଠ ସାମ୍ବାଦିକ ବିଶ୍ବରଂଜନ ଆଚାର୍ଯ୍ୟଙ୍କ ପ୍ରସ୍ତାବ କ୍ରମେ ସାମ୍ୱାଦିକ ସୁକାନ୍ତ ପଟ୍ଟନାୟକ ଓ ରଘୁନାଥ ନାୟକଙ୍କ ଦାୟିତ୍ୱରେ ଏକ ସମନ୍ୱୟ କମିଟି ଗଠନ କରାଯାଇ ମହୋତ୍ସବକୁ ସୁନ୍ଦର ଓ ସରସମୟ କରିବା ପ୍ରସ୍ତାବ ଗୃହୀତ ହୋଇଛି । ଆସନ୍ତା 27 ଡିସେମ୍ବର ରେ ପୁଣି ଏକ ସାଧାରଣ ବୈଠକ ହେବା ନେଇ ସୂଚନା ମିଳିଛି ।.
No Result
View All Result