No Result
View All Result
୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଝାରସୁଗୁଡା ସ୍ଥିତ ମଙ୍ଗଳ ବଜାର ଅଡିଟୋରିୟମ୍ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଜାତୀୟ କରାଟେ ପ୍ରତିଷ୍ଠାନ ଦ୍ଵାରା ଆୟୋଜିତ ସର୍ବ ଭାରତୀୟ ମୁକ୍ତ ଜାତୀୟ କରାଟେ ଚମ୍ପିୟାନସିପ୍ ପ୍ରତିଯୋଗିତା ରେ ବାଲୁଗାଁ ଅଞ୍ଚଳ ର ୧୫ଜଣ ପ୍ରଶିକ୍ଷାର୍ଥୀ ବହୁ ସ୍ଵର୍ଣ୍ଣ,ରୌପ଼୍ୟ ଓ ବ୍ରୋଞ୍ଜ୍ ପଦକ ହାସଲ କରିବାର ଗୌରବ ଲାଭ କରିଛନ୍ତି । କ୍ରୀଡା ବିତ୍ ଶ୍ରେୟାଶ ସେନାପତି ସ୍ଵର୍ଣ୍ଣ ଓ ରୌପ୍ୟ,ଆରିୟାନ୍ ପ୍ରଧାନ ରୌପ୍ୟ ଓ ବ୍ରୋଞ୍ଜ୍,ଆନିଶ୍ ପ୍ରଧାନ ରୌପ଼୍ୟ ଓ ସ୍ଵର୍ଣ୍ଣ,ଆକ୍ରୃତି ପାଇକରାୟ ରୌପ଼୍ୟ ଓ ବ୍ରୋଞ୍ଜ୍, ଅନନ୍ୟା ଦାଶ ୨ଟି ସ୍ଵର୍ଣ୍ଣ, ବିଷ୍ଣୁ ଦାଶ ୨ଟି ଵ୍ରୋଞ୍ଜୂ, ଓମ୍ ସାଇ କ୍ରୀଷ୍ଣା ପ୍ରଧାନ ୨ଟି ବ୍ରୋଞ୍ଜ୍,ଅନିମେଷ ସର୍ଦ୍ଦାର ସ୍ବର୍ଣ୍ଣ ଓ ବ୍ରୋଞ୍ଜ୍, ଶୁଭଙ୍କର ଦାଶ୨ଟି ସ୍ଵର୍ଣ୍ଣ,ଆଦର୍ଶ କୁମାର ସାହୁ ବ୍ରୋଞ୍ଜ୍ ଓ ରୌପ୍ୟ ସୌମ୍ୟ ରଞ୍ଜନ ଦାଶ ସ୍ଵର୍ଣ୍ଣ,ଧୀରଜ କୁମାର ଦାସ ୩ଟି ସ୍ଵର୍ଣ୍ଣ,ବିଜୁ ବିଶ୍ଵାସ ୨ଟି ସ୍ଵର୍ଣ୍ଣ ଓ ଗୋଟିଏ ରୌପ୍ୟ,
ରାଜେନ୍ଦ୍ର ପ୍ରସାଦ ସାହୁ ବ୍ରୋଞ୍ଜ୍ ଓ ସ୍ଵର୍ଣ୍ଣ,ଜଗା ପ୍ରଧାନ ବ୍ରୋଞ୍ଜ୍ ଓ ରୌପ୍ୟ ପଦକ ହାସଲ କରି ଏ ଅଞ୍ଚଳ ପାଇଁ ଗୈ ।ରବ ଆଣି ଦେଇଛନ୍ତି। ଏହି ପ୍ରତିଯୋଗିତାରେ ରେ ଝାଡ଼ଖଣ୍ଡ, ଛତିଶଗଡ଼,ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଓଡ଼ିଶାର ପ୍ରତିଯୋଗୀ ମାନେ ଯୋଗ ଦେଇଥିଲେ । ମୂଖ୍ୟ ଅତିଥି ଭାବେ ରାଜ୍ୟ ର ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବାଲୁଗାଁ ଷ୍ପାର୍କ ରାଇଜର୍ କରାଟେ ଏକାଡେମୀ ପକ୍ଷରୁ କୋଚ୍ ସୌମ୍ୟ ରଞ୍ଜନ ନାୟକ ଙ୍କୁ ପ୍ରତିଯୋଗୀ ମାନେ ଏହି ସଫଳତା ପାଇଁ ଶ୍ରେୟ ପ୍ରଦାନ କରିଛନ୍ତି ।
No Result
View All Result