ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ପୁସ୍ତକ ରଚନା କରିଛନ୍ତି - ମନଗଢ଼ା କାହାଣୀ 'ଡାଃ ମିଛ'

୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡ଼ିରେ କମ୍ପନ । ବହିରେ ଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି । ଦଳ ତରଫରୁ official statement ରଖିଛନ୍ତି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି ରୁବେନ ବାନାର୍ଜୀ । ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି । ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା । ଆଣ୍ଟି ବିଜେଡି ଓ ନବୀନ ବିରୋଧୀଙ୍କ ସହ ଆଲୋଚନା ପରେ ବହି ଲେଖିଛନ୍ତି । ଆମେ ବହିକୁ ପ୍ରତ୍ୟାଖାନ କରୁଛୁ, ଓଡ଼ିଶାବାସୀ ମଧ୍ୟ କରିବେ ।

ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି :-

"ସାମ୍ବାଦିକ ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ପୁସ୍ତକ ଲେଖିଛନ୍ତି । ଯିଏ ଓଡ଼ିଶାର ନୁହଁନ୍ତି କିନ୍ତୁ ନବୀନଙ୍କୁ ନେଇ ପୁସ୍ତକ ଲେଖିଛନ୍ତି । ରୁବେନ ବହୁ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି । ସେହିପରି ସେ ନବୀନଙ୍କ ସହ କଥା ହୋଇ ନାହାନ୍ତି କି ଇଣ୍ଟରଭ୍ୟୁ ନେଇ ନାହାନ୍ତି । ତତ୍କାଳୀନ ବିରୋଧୀ ଦଳ ଓ ବିଭିନ୍ନ ସ୍ଥାନରେ ହେଉଥିବା ଚର୍ଚ୍ଚାକୁ ଭିତ୍ତି କରି ସେ ଲେଖିଛନ୍ତି । କାହା ଉପରେ ଲେଖୁଛନ୍ତି ତାଙ୍କ ମତାମତ ନେବା କଥା । ଘଟଣା ବା ପ୍ରସଙ୍ଗର ସୋର୍ସ ଲେଖିବା କଥା । କିନ୍ତୁ ସେ ଏହା କରିନାହାନ୍ତି । ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି, ସେମାନଙ୍କ ମତାମତ ନେଇ ଏକପାଖିଆ ଭାବେ ରୁବେନ ବହି ଲେଖିଛନ୍ତି ।"

ଅରୁଣ ଆହୁରି ମଧ୍ୟ କହିଛନ୍ତି :-

"ସୌଜନ୍ୟତା ଦୃଷ୍ଟିରୁ ମତାମତ ନେବାର ଥିଲା । କିନ୍ତୁ ସେ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି । ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ବିରୋଧୀ ଦଳର ନେତା ଭାବେ ସେ ତାଙ୍କ ମତ ଦେଇଛନ୍ତି । ତାଙ୍କର ବଡି ଲାଙ୍ଗୁଏଜ ଦର୍ଶାଉଛି ଯେମିତି ସେ ବ୍ୟକ୍ତିଗତ ଭାବେ କ୍ଷତ ବିକ୍ଷତ ହୋଇଛନ୍ତି । ଏହି ଲେଖା କଦାପି ଗ୍ରହଣୀୟ ନୁହେଁ । ଲୋକଙ୍କ ହୃଦୟରେ ନବୀନ ରହିଛନ୍ତି । ସରକାରରୁ ଗଲା ପରେ ମଧ୍ୟ ଲୋକମତ ନବୀନଙ୍କ ସହ ରହିଛି । କିନ୍ତୁ ଚା ଖଟି, ତାସ ଖଟିରେ ଚର୍ଚ୍ଚା ଓ ବିରୋଧୀ ଦଳ ଭାଷାକୁ ନିଜ ବହିରେ ସଜେଇ ଲେଖିଛନ୍ତି l ଅରୁଣ ଅଭିଯୋଗ କରିଛନ୍ତି । ‘ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହାକୁ ନିନ୍ଦା କରିବା ସହ ପ୍ରତ୍ୟାଖ୍ୟାନ କରୁଛି ବିଜେଡି ।"

ସେ ଏହି ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଶାସକରୁ ରାଜନେତା ପାଲଟିଥିବା ତାମିଲ ଅମଲାତନ୍ତ୍ରୀ ଭି.କେ. ପାଣ୍ଡିଆନଙ୍କ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି । ବିଶେଷ କରି, ୨୦୨୪ ନିର୍ବାଚନ ସମୟରେ ନବୀନ ଘରେ ରହିବା ଓ ୧୪୭ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତାଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କ ଏକାକୀ ପ୍ରଚାର ବିଜେଡି ହାରିବାର ପ୍ରମୁଖ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି । ରୁବେନ ଲେଖିଥିବା ବିଭିନ୍ନ ବିଷୟକୁ ନେଇ ଏବେ ରାଜନୀତି ଜୋର୍ ଧରିଛି ।

ବିଜେପିର ପ୍ରତିକ୍ରିୟା ...

ବିଜେପି ବିଧାୟକ ବାବୁ ସିଂ କହିଛନ୍ତି :-

"ରୁବେନ ବାନାର୍ଜୀ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ନେଇ ବହି ଲେଖିଛନ୍ତି ଓ ଅନେକ କଥା କହିଛନ୍ତି । ତାହା ବିଜେଡି ନେତାଙ୍କୁ ସୁହାଉଥିଲା । ଯେତେବେଳେ ରୁବେନ ବାନାର୍ଜୀ ବର୍ତ୍ତମାନର ସତ କଥା ଆଲୋକପାତ କରିଛନ୍ତି । ତାହା ଶାସକ ଦଳ କଥା ବୋଲି କହୁଛି ବିଜେଡି । ବିଜେଡି ନେତା ଓ କର୍ମୀ ଯାହା ଭାବୁଛନ୍ତି, ତାହା ଲୋକେ କହିବେ କିମ୍ବା ରୁବେନ ବାନାର୍ଜୀ ଲେଖିବେ ନାହିଁ । ଯାହା ସତ୍ୟ ତାହା ଗ୍ରହଣ କରିବା ଉଚିତ ।"