No Result
View All Result
୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ଜିଲ୍ଲାପାଳ କୁ ଦାବି ପତ୍ର ଦେଲେ ଦଳିତ ସଂଘ ନେତା ରାଜେନ୍ଦ୍ର ପ୍ରସାଦ ଜେନା l ହଁ ଆଜ୍ଞା ଦିନକୁ ଦିନ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ମାନଙ୍କ ମିଛ ଭାଷଣ l ସଂସଦ ଭବନ ହଉଛି ଗୋଟିଏ ପବିତ୍ର ସ୍ଥାନ ସେହି ପବିତ୍ର ଭବନରେ ସମ୍ବିଧାନର ପ୍ରଣେତା ଡଃ. ବାବା ସାହେବ ଆମ୍ବେଦକର ପ୍ରତି କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା ଦେଇଥିବା କଟାକ୍ଷ ମନ୍ତବ୍ୟ ବିରୋଧରେ ଭଦ୍ରକ ଦଳିତ ମହାସଂଘ ତାଙ୍କର ଇସ୍ତଫା ଦାବି କରିଛି । ଅମିତ୍ ଶାହା ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ସହିତ ସଂସଦ ଭବନରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ।
ରାଜେନ୍ଦ୍ର ପ୍ରସାଦ ଜେନା, ମହେନ୍ଦ୍ର ମଳିକ, ବୈଲୋଚନ ମଳିକ, କମ୍ବୁକାନ୍ତ ମଳିକ, ପୁରୁଷୋତ୍ତମ ମଳିକ, ଇମିତିଆଜ୍ ଖାଁ ଓ ସୁଦିପ୍ତ ପଟ୍ଟନାୟକ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ଭାରତରତ୍ନ ତଥା ସମ୍ବିଧାନ ପ୍ରଣେତା ଡଃ. ବାବା ସାହେବ ଆମ୍ବେଦକର ଭାରତ ବର୍ଷ ସମେତ ସମଗ୍ର ବିଶ୍ୱର ଜଣେ ମହାଜ୍ଞାନୀ, ସମାଜ ସଂସ୍କାର ସଂସ୍କାରକ ଏବଂ ସମ୍ମାନସ୍ପଦ ବ୍ୟକ୍ତି । ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନ ସାରା ବିଶ୍ୱରେ ସର୍ବବୃହତ୍ ।
ଭାରତବର୍ଷର ସମ୍ବିଧାନ ଯୋଗୁଁ ଆଜି ପ୍ରତ୍ୟେକ ଭାରତୀୟ ସର୍ବୋପରି ସବୁ ଜାତି, ଧର୍ମର ଲୋକମାନେ ସମାନତା, ସ୍ୱତନ୍ତ୍ରତା, ନ୍ୟାୟ ପାଇ ଆସୁଥିବା ବେଳେ ଭାଇଚାରା ରୀତିରେ ଶାନ୍ତିପୂର୍ଣ୍ଣ ଜୀବନଯାପନ ଅତିବାହିତ କରି ଆସୁଛନ୍ତି । ସାହେବ ଆମ୍ବେଦକରଙ୍କ ପରି ଜଣେ ମହାମାନବଙ୍କୁ ସଂସଦ ଭବନ ବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କଟାକ୍ଷ କରି ମନ୍ତବ୍ୟ ଦେଇଥିବାରୁ ଦଳିତ ମହାସଂଘ ଗଭୀର ମର୍ମାହତ ଏବଂ ଏହି ଘଟଣାକୁ ଦୃଢତାର ସହ ନିନ୍ଦା ମଧ୍ୟ କରୁଛନ୍ତି । ତୁରନ୍ତ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ସହିତ ସଂସଦ ଭବନରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ।
No Result
View All Result