No Result
View All Result
୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଲାବ ନଗର :- କୋଲାବ ନଗର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ୪୭ ତମ ବାର୍ଷିକ କ୍ରୀଡ୍ରା ମହୋତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ଵେତାଲୀନା ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି ।ଏହି ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ମକତାର ସିଂ ତଥା ଉପାଧ୍ୟକ୍ଷା ରାଦମା ଖିଲ , ସଦସ୍ୟ କୀର୍ତ୍ତି ରଞ୍ଜନ ବାରିକ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ ।ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତ୍ରିନାଥ ନାୟକ ଯୋଗଦାନ କରି ଛାତ୍ରୀ ଛାତ୍ରଙ୍କୁ ଉତ୍ସାହିତ କରିଥିଲେ ।
କ୍ରୀଡା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ୍ ରହିବା ସହ ସୁସ୍ଥ ଜୀବନ ଯାପନରେ ସହାୟକ ହୋଇଥାଏ ବୋଲି ସଦସ୍ୟ ଶ୍ରୀ ବାରିକ ମତବ୍ୟକ୍ତ କରିଥିଲେ ।୨ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ୪ଟି ବର୍ଗରେ ମୋଟ ୨୦ଟି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଆଜି ୩ୟ ଦିବସରେ ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପନ କରାଯାଇଛି ।ଏହି ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତିଥିମାନଙ୍କ ଦ୍ଵାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରା ଯାଇଛି । କ୍ରୀଡ଼ା ଶିକ୍ଷକ ତାପସ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅରୁଣ କୁମାରସ୍ୱାଇଁ ଓ ଅନୁରାଗ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷକ ଦେବାଶିଷ ପ୍ରଧାନ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିବା ଜଣାପଡ଼ିଛି ।
No Result
View All Result