No Result
View All Result
୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ସହରରେ ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରି-ଖ୍ରୀଷ୍ଟମାସମହୋତ୍ସବ ବହୁ ଧୁମ ଧାମ ରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମାଦିକୁନ୍ଦା ଛକରେ ଆଚାର୍ଯ୍ୟ ଅମିତ ନାୟକ ପ୍ରାର୍ଥନା କରି ମାଦିକୁନ୍ଦା ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ ଶୋଭାଯାତ୍ରା ହେଇଥିଲା । ଖ୍ରୀଷ୍ଟୀୟ ବିଶ୍ୱାସୀ ଭାଇ ଓ ଭଉଣୀ ମାନେ ଆନନ୍ଦ ଉଲ୍ହାସର ସହ ପ୍ରଭୁ ଯୀଶୁଙ୍କ ଗୀତ ପରିବେଷଣ କରି ଆନନ୍ଦର ସହ ନାଚି ନାଚି ମୁଖ୍ୟ ସହର ଦେଇ ଗାନ୍ଧିସ୍ମୃତି ଭବନକୁ ଆସିଥିଲେ। ମଞ୍ଚର ସଭାପତି ପ୍ରବୀଣ କୁମାର ନାୟକ ସଭା ପରିଚାଳନା କରିଥିଲେ ।
ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ପ୍ରମୋଦ କୁମାର ଗୁରୁ ରାୟଗଡା ଓ ମୁଖ୍ୟ ଅତିଥ୍ ଭାବରେ ବିଶପ ଅବେଦ ନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥୁ ରୂପେ ତାମିଲନାଡୁର ପାଳକ ଟି.ଯୋଶେଫ, କାଥଲିକ ଚର୍ଚ୍ଚର ଫାଦର ପ୍ରଦୀପ ବେହେରା, ଡଃ. ଏନ ଲିନାଚନ୍ଦ,ଆଚାର୍ଯ୍ୟ ସୁଇଡ଼ବର୍ଣ ନାୟକ,ଡଃ ସୁର୍ଯ୍ୟ ନାରାୟଣ ବେହେରା ,ବିଶ୍ବବାଣୀ ଚର୍ଚ୍ଚର ଜିଲ୍ଲା କୋଡ଼ିନେଟର ଆଚାର୍ଯ୍ୟ ରଞ୍ଜନ ଦିଗାଲ,ପ୍ରଦୀପ ଦିଗାଲ ଉପାସନା ସଂଗୀତ ପରିବେଶଣ କରିଥିଲେ । ଅତି ସୁନ୍ଦର ଭାବେ ମିରାକିଲ ଚର୍ଚ୍ଚର ସଙ୍ଗୀତ ଦଳ ଦାନ ସଂଗ୍ରହ ସମୟରେ ଗୀତ ପରିବେଷଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
ସମସ୍ତେ ନାଚି ନାଚି ପ୍ରଭୁଯୀଶୁଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ଯ ବକ୍ତା ଜଗତର ଲୋକମାନଙ୍କ ନିମନ୍ତେ ତ୍ରାଣକର୍ତା ର୍ତା ଜନ୍ମ ଗ୍ରହଣ କରିଅଛନ୍ତି ସେ ଖ୍ରୀଷ୍ଟପ୍ରଭୁ ବୋଲି ଲୋକମାନଙ୍କୁ ଇଶ୍ବର ଙ୍କ ବାକ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।ସମସ୍ତ ଚର୍ଚ୍ଚ ର ପିଲାମାନେ ଗୀତନାଚ କରିଥିଲେ ଓ ସେମାନଙ୍କୁ ଉପହାର ମଧ୍ଯ ଦିଆଯାଇଥିଲା । ସମ୍ପାଦକ ଲକ୍ଷଣ ବେହେରା,କୋଷାଧ୍ୟକ୍ଷ ମାର୍ଟିନ ପ୍ରଧାନ ବନମାଳୀ ଦିଗାଲ, ପ୍ରଦୀପ ଦିଗାଲଓ ସନ୍ତୋଷ ନାୟକ,
ବାଳକୃଷ୍ଣ ଦିଗାଲ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ସୁନୀଲ, ବବୁଲୁ, ଜଏସ, ଚିଣ୍ଟୁ,ସୁନ୍ଦର ଭାବେ ବାଦ୍ୟଯନ୍ତ୍ରରେ ଗୀତ ପରିବେଷଣ କରିଥିଲେ ଏବଂ ସାଂସ୍କୃତିକ ଭବନ ଟି ଛାୟା ନାଚଗୀତ ସହ ଆନନ୍ଦ ଉଲ୍ଲାସର ଖେଳିଯାଇଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଯୋଗ ଦେଇ ଥିବା ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ଡ଼ଃ ସୂର୍ଯ୍ୟ ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ । ଏହି ମହତ୍ସବରେ ଜ଼ିଲ୍ଲାର ବିଭିନ୍ନ ବ୍ଳକ ରୁ ପାଳକ ଭାଇମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l
No Result
View All Result