ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ର ନିଲାମ ଜିତିଛନ୍ତି ; ଭଦ୍ରକର ଛାତ୍ରୀ ଦେବାଂଶୀ ମିଶ୍ର ।

ଓଡିଶା ତାଜା ନ୍ୟୁଜ୍ (୨୨ ଅଗଷ୍ଟ ଶନିବାର ) ଭଦ୍ରକ :- ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ର ନିଲାମ ଜିତିଛନ୍ତି ଭଦ୍ରକର ଦେବାଂଶୀ ମିଶ୍ର ଆଇଆଇଟି ଗୌହାଟୀରେ ସିଭିଲ ଇଂଜିନିୟରିଂ ପାଠ ପଢ଼ୁଥିବା ଦେବାଁଶୀ ୫୫ ହଜାର ଟଙ୍କାରେ ଏହି ନିଲାମ ଜିତିଛନ୍ତି ଅନଲାଇନ୍‌ରେ ୧୫ତାରିଖରୁ ନିଲାମ ଆରମ୍ଭ ହୋଇଯାଇଥିବା ବ‌େଳେ ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

ଆଗ୍ରହୀ ବ୍ୟକ୍ତିବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ୍‌ ଫର୍ମସ୍‌’ରେ ଆବେଦନ କରିଥିଲେ । ଆଉ ଶେଷରେ ଦେବାଂଶୀ ସର୍ବାଧିକ ମୂଲ୍ୟ ଦେଇ ଏହି ଶାଢ଼ିକୁ ହାତେଇଛନ୍ତି ବୋଲି ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌ ‌ନାଁ’ରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ସୂଚନା ଦେଇଛନ୍ତି ସେମାନେ କହିଛନ୍ତି ଯେ ଶାଢ଼ି ବିକ୍ରିର ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯାଇଛି । (ଦୀପ୍ତିମାନ ପତି /ଭଦ୍ରକ )