No Result
View All Result
*ଜାନୁଆରୀରେ ରାଜ୍ୟସ୍ତରୀୟ ଓ ଫେବୃଆରୀରେ ଦିଲ୍ଲୀରେ ଜାତୀୟ ମହାନଦୀ ଆଲୋଚନା ଚକ୍ର l
*ଟ୍ରିପଲ ଇଞ୍ଜିନ ସରକାରକୁ ମହାନଦୀ ଜଳବିବାଦ ତୁରନ୍ତ ସମାଧାନ ପାଇଁ ଜଳ ପୁରୁଷ ରାଜେନ୍ଦ୍ର ସିଂଙ୍କ ଆହ୍ୱାନ l
୧୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସମ୍ପ୍ରତି ମହାନଦୀ ଗମ୍ଭୀର ସଙ୍କଟକୁ ଠେଲି ହୋଇ ଯାଉଛି l ଅକ୍ଟୋବର ମାସରୁ ମହାନଦୀ ଶିଖିବାକୁ ଆରମ୍ଭ କଲାଣି l ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି l ମହାନଦୀ ଟ୍ରିବୁନlଲ ଠାରୁ କିଛି ସାନ୍ତ୍ଵନା ମିଳିବାର ଆଶା ମଧ୍ୟ କ୍ଷୀଣ l ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛି l ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆସନ୍ତା ଜାନୁଆରୀ ମାସରେ ମହାନଦୀ ସମସ୍ୟା କୁ ନେଇ ରାଜ୍ୟସ୍ତରୀୟ ଓ ଫେବୃୟାରୀ ମାସରେ ଜାତୀୟ ସ୍ତରୀୟ ଆଲୋଚନା ସଭା ଆୟୋଜିତ ହେବ ବୋଲି ଜଳ ପୁରୁଷ ଡ ରାଜେନ୍ଦ୍ର ସିଂହ ଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଓ ଉପସ୍ଥିତ ନେତୃବର୍ଗ ଘୋଷଣା କରିଛନ୍ତି l
ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଉପଦେଷ୍ଟା ଜଳ ମାନବ ଡ, ରାଜେନ୍ଦ୍ର ସିଂହ ସାମ୍ୱାଦିକ ସମ୍ମିଳନୀ ରେ ଯୋଗ ଦେଇ କହିଲେ ଯେ ସମ୍ପ୍ରତି କେନ୍ଦ୍ର ଓ ଦୁଇ ରାଜ୍ୟ ଯଥା ଓଡ଼ିଶା ଓ ଛତିଶଗଡ଼ ରେ ସମାନ ବିଚାରଧାରା ଓ ଦଳର ସରକାର ଚାଲିଛି l ତେଣୁ ମହାନଦୀ ଜଳ ବିବାଦ ର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ର ରାସ୍ତା ଖୋଲିଛି l ଟ୍ରିପଲ ଇଞ୍ଜିନ ସରକାର ଏହାର ସୁଯୋଗ ନେଇ ଓଡ଼ିଶା ବାସୀ ଓ ମହାନଦୀ କୁ ନ୍ୟାୟ ଦିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି l ଦେଶର ଇତିହାସ କୁ ଦେଖିଲେ କୌଣସି ଜଳ ବିବାଦ ଟ୍ରିବୁନlଲ ନଦୀ ସମସ୍ୟା ର ସମାଧାନ ବାସ୍ତବରେ କରି ପାରିନାହିଁ l କାବେରୀ ନଦୀ ଜଳ ବିବାଦ ଟ୍ରିବୁନlଲ ଏହାର ଜ୍ୱଳନ୍ତ ଉଦାହରଣ l
କାବେରୀ ରାସ୍ତାରେ ମହାନଦୀ ଜଳ ବିବାଦ କୁ ନନେବା ପାଇଁ ସେ ଓଡ଼ିଶା ସରକାର , ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନ ମାନଙ୍କୁ ରାଜେନ୍ଦ୍ର ସିଂ ନିବେଦନ କରିଛନ୍ତି l ଓଡିଶା ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ l ପ୍ରଥମେ ନିଜ ରାଜ୍ୟରେ ଏକ ନଦୀ ନୀତି ଆଣନ୍ତୁ l ରାଜ୍ୟ ଭିତରେ ମଧ୍ୟ ନଦୀର ସୁରକ୍ଷା ଓ ପ୍ରାକୃତିକ, ନିର୍ମଳ ଓ ନିରନ୍ତର ପ୍ରବାହ ପାଇଁ ଦୃଢ ନିଷ୍ପତି ନିଅନ୍ତୁ l ନଦୀର ସୁରକ୍ଷା ପାଇଁ ତିନୋଟି ଜିନିଷ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ l ଅତିକ୍ରମଣ, ପ୍ରଦୂଷଣ ଓ ପ୍ରବାହମାନ ଉପରେ କୌଣସି ସାଲିସ କରାଯିବl ଅନୁଚିତ l ନଦୀର ଅବବାହିକା ବା ନଦୀର ଜମିର ଅତିକ୍ରମଣ ରୋକିବା ,ଜଳର ପ୍ରଦୂଷଣ ବନ୍ଦ ଏବଂ ବିଶେଷ କରି ନଦୀର ନିର୍ମଳ ନିରନ୍ତର ପ୍ରବାହକୁ ସୁରକ୍ଷା ପ୍ରଦାନ ସରକାରଙ୍କ ପ୍ରାଥମିକତା ହେବା ଉଚିତ ବୋଲି ସିଂ କହିଛନ୍ତି l
ରାଷ୍ଟ୍ରୀୟ ସ୍ତରରେ ଏହା ଉପରେ ବିଚାର ବିମର୍ଷ କରିବା ପାଇଁ ସେ ଦିଲ୍ଲୀରେ ମହାନଦୀ ସୁରକ୍ଷା ଉପରେ ଏକ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ କରିବାର ଦାୟିତ୍ଵ ନେବେ ବୋଲି ସାମ୍ୱାଦିକ ସମ୍ମିଳନୀ ରେ ଘୋଷଣା କରିଥିଲେ l ବର୍ତମାନ ଯେହେତୁ ପ୍ରୟାଗରାଜ ରେ ମହା କୁମ୍ଭ ମେଳା ଚାଲିଛି l ତେଣୁ ଗଙ୍ଗା ନଦୀ କୂଳରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ମହାନଦୀ ଆଲୋଚନା ହେବା ଦରକାର l ଏଥପାଇଁ ସେ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି l ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆନ୍ଦୋଳନକୁ ପୁଣିଥରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାର ପ୍ରୟାସ କରାଯିବ l
ମହାନଦୀ ସହିତ ଓଡ଼ିଶାର ଅନ୍ୟ ନଦୀ ଗୁଡ଼ିକରେ ସମସ୍ୟାକୁ ନେଇ ରାଜ୍ୟରେ ଏକ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ପ୍ରୟାସ କରାଯିବ ବୋଲି ସେ ଘୋଷଣା କରିଥିଲେ l ଆଜିର ସାମ୍ୱାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ଡ ବିନାୟକ ରଥ, ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ,ରେଭେନ୍ସାର ପୂର୍ବତନ ସଭାପତି ଅଜୟ ମିଶ୍ର, ମହାନଦୀ ବଞ୍ଚାଓ ଆନ୍ଦୋଳନ ମୁଖପାତ୍ର ପ୍ରସନ୍ନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l
No Result
View All Result