No Result
View All Result
୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଗୋପାଳପୁର ସେବାସମବାୟ ସମିତିିର ସାଧାରଣ ସଭା ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ସମିତି ସଭାପତି ପ୍ରଦୀପ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦକ ସୁଶାନ୍ତ କୁମାର ଧଳ ବାର୍ଷିକ ବିବରଣୀ ପାଠ କରି ଚାଷୀମାନଙ୍କ ପାଇଁ ଋଣ ପ୍ରଦାନ, ବିହନ ବଣ୍ଟନ ଏବଂ ଋଣ ଆଦାୟ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଉପସଭାପତି ପ୍ରତୀମା ସାହୁ, ପରିଚାଳନା କମିଟି ସଭ୍ୟ ବିଭୂତି ଭୂଷଣ ସ୍ୱାଇଁ, ଜ୍ୟୋତିପ୍ରକାଶ ସ୍ୱାଇଁ, ସୁଶାନ୍ତ ସାହୁ,ଶୈଳେନ୍ଦ୍ର ରାୟଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି ଚାଷୀମାନଙ୍କର କିପରି ଉନ୍ନତି ହୋଇପାରିବ ସେ ସଂପର୍କରେ ନିଜ ନିଜର ମତପ୍ରକାଶ କରିଥିଲେ । ଚାଷୀମାନଙ୍କୁ ଋଣ ପ୍ରଦାନ ଓ ଧାନ ଏନ୍.ଜି ସଂପର୍କରେ ସଭ୍ୟମାନେ ସଚେତନ କରାଇଥିଲେ । ବାଙ୍କୀ ନିୟନ୍ତ୍ରୀତ ବଜାର କମିଟିର ପ୍ରତିନିଧି ପ୍ରକାଶ ପ୍ରଧାନ, ବିଜୟ ପ୍ରଧାନ ଏଥିରେ ଯୋଗଦେଇ ଚାଷୀମାନଙ୍କ ହିତ ପାଇଁ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ସଂପାଦକ ସୁଶାନ୍ତ କୁମାର ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result